ETV Bharat / city

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ରହସ୍ୟ ବଢାଉଛି ପୋଲିସର ମନମୁଖୀ ତଦନ୍ତ - ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ପୋଲିସ ତଦନ୍ତ

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ପୋଲିସ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନବାଚୀ । ଧର୍ମେନ୍ଦ୍ରଙ୍କ କାର ଭିତରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ତଦନ୍ତ ପରିସରକୁ ନେଇନାହିଁ ପୋଲିସ । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ରହସ୍ୟ ବଢାଉଛି ପୋଲିସର ମନମୁଖୀ ତଦନ୍ତ

author img

By

Published : Sep 26, 2022, 10:11 PM IST

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ପୋଲିସର ମନମୁଖୀ ତଦନ୍ତ ଅଭିଯୋଗ । ଧର୍ମେନ୍ଦ୍ରଙ୍କ କାର ଭିତରେ ଥିବା ଚେକ ଓ ପେନଡ୍ରାଇଭକୁ ତଦନ୍ତ ପରିସରକୁ ନେଇନାହିଁ ପୋଲିସ । କାର ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଡ଼ିରହିଥିବା ବେଳେ ସାଇଣ୍ଟିଫିକ ଟିମ କିମ୍ବା କମିଶନରେଟ ପୋଲିସ ଏହି ସବୁ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିନାହିଁ । ଫଳରେ ପୋଲିସ ତଦନ୍ତର ନିରପେକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ରହସ୍ୟ ବଢାଉଛି ପୋଲିସର ମନମୁଖୀ ତଦନ୍ତ

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ମୃତ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ଫରେନ୍ସିକ୍‌ ଲ୍ୟାବକୁ ପଠାଯାଇଛି । ଆଜି କମିଶନରେଟ ପୋଲିସ ମୃତ ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଆସି ଛାନଭିନ କରିଛି । ପୋଲିସ ମୃତ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ସହାୟକ ସହାୟିକାଙ୍କୁ ପଚରାଉଚରା କରିଛି । ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାକୁ ପୋଲିସ ଅଧିକାରୀ ମନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି

ଧର୍ମେନ୍ଦ୍ରଙ୍କ ମୃତଦେହ ମିଳିବା ପରଠୁ ଗୁରୁତ୍ବପୁର୍ଣ୍ଣ ଥିଲା ତାଙ୍କ କାର । କାର ଭିତରେ ଏବେବି ଧର୍ମେନ୍ଦ୍ରଙ୍କ ବେଲ୍ଟ ଲାଗିଥିବା ପ୍ୟାଣ୍ଟ, ଚପଲ ଓ ଓ୍ବାଲେଟ ପଡିରହିଛି । ଏହା ସହିତ ଗୋଟିଏ ପେନଡ୍ରାଇଭ ମଧ୍ୟ କାରରେ ଲାଗିରହିଛି । ସବୁଠୁ ବଡ଼ କଥା ହେଲା କାର ଭିତରେ ଗୋଟିଏ ଚେକ ପଡିଛି । ଯାହାର ପଛପଟେ ଦୁଇ ଜଣଙ୍କ ନାମ ଲେଖା ହୋଇଛି । ଅନେକ କାଗଜପତ୍ର ମଧ୍ୟ ଏହି କାରରେ ରହିଛି । କିନ୍ତୁ ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଛାଡ଼ି ପୋଲିସ କେବଳ ଘର ବାହାରେ ଏକ ପରିତ୍ୟକ୍ତ ସ୍ଥାନରୁ ଧର୍ମେନ୍ଦ୍ରଙ୍କ ମୋବାଇଲ ଜବତ କରିଛି । ଯାହାକୁ ନେଇ ପୋଲିସର ନିରପେକ୍ଷ ତଦନ୍ତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଭଳି ପରିସ୍ଥିତିରେ ଘଟଣାସ୍ଥଳରୁ ଧର୍ମେନ୍ଦ୍ରଙ୍କର ପ୍ରତିଟି ଜିନିଷ ଗୁରୁତ୍ବ ବହନ କରୁଛି । ମୋବାଇଲରେ କିଛି ଗୁରୁତ୍ବପୂର୍ଣ୍ଣ ଭିଡିଓ ଥିବାର ଧର୍ମେନ୍ଦ୍ର କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆତ୍ମହତ୍ୟା କରିବା ପୂର୍ବରୁ କଣ ପାଇଁ ଏହାକୁ ସେ ଫୋପାଡ଼ିବେ ? ଅନ୍ୟପଟେ ମୋବାଇଲ ଉଦ୍ଧାର ବେଳେ ଅନ ଥିବା ଦେଖିବାକୁ ମିଳିଥିବା ବେଳେ ଏହା ସ୍ବିଚଅଫ ଥିବା ପୋଲିସ କହିଥିଲା । ତେବେ ପୋଲିସ ଏହି ଘଟଣା ସମ୍ପର୍କରେ କିଛି ଲୁଚାଇବାକୁ ଚାହୁଁଛି ନା ଧର୍ମେନ୍ଦ୍ରଙ୍କ ସହ ଜଡ଼ିତ ଥିବା କିଛି ବଳିଷ୍ଠ ପ୍ରମାଣକୁ ପୋଲିସ ଗୁରୁତ୍ବ ଦେଉନାହିଁ ? ଏପରି ଅନେକ ପ୍ରଶ୍ନ ଏବେ ପୋଲିସର ତଦନ୍ତକୁ ସନ୍ଦେହ ଘେରକୁ ନେଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.