ETV Bharat / city

ଛୋଟପିଲାଙ୍କୁ ମିଠା ବାଣ୍ଟି ଦୀପାବଳି ପାଳିଲେ ପୋଲିସ ମହାନିର୍ଦ୍ଦେଶକ

ଛୋଟ ପିଲା ଓ ପୋଲିସ କର୍ମଚାରୀଙ୍କ ସହ ଦୀପାବଳି ପାଳିଲେ ପୋଲିସ ମହାନିର୍ଦ୍ଦେଶକ । ଏନେଇ ଜୟଦେବ ବିହାର ନିକଟରେ ଥିବା ରିଜର୍ଭ ଅଫ୍ ପୋଲିସ ପଡିଆରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ପିଲାଙ୍କ ସହ ଦୀପାବଳି ପାଳିଲେ ପୋଲିସ ମହାନିର୍ଦ୍ଦେଶକ
author img

By

Published : Oct 27, 2019, 7:23 PM IST

ଭୁବନେଶ୍ବର: ଦୀପାବଳି ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ରାଜ୍ୟ । ରାଜ୍ୟବାସୀ ବେଶ ଆନନ୍ଦ ଉଲ୍ଲାସରେ ଆଲୋକର ପର୍ବ ପାଳନ କରୁଥିବା ବେଳେ ଛୋଟ ପିଲାଙ୍କ ଗହଣରେ ଦୀପାବଳି ପାଳିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ପୋଲିସ ଅଧିକାରୀ ।

ପିଲାଙ୍କ ସହ ଦୀପାବଳି ପାଳିଲେ ପୋଲିସ ମହାନିର୍ଦ୍ଦେଶକ

ଆଲୋକର ପର୍ବ ଦୀପାବଳି । ଏହାର ମଜା ନେଇଛନ୍ତି ପୋଲିସ କର୍ମଚାରୀଙ୍କ ପରିବାର ଓ ଛୋଟ ପିଲାମାନେ । ଅତି ଆନନ୍ଦ ଓ ଉଲ୍ଲାସର ପର୍ବଟିକୁ ମନ ଭରି ଉପଭୋଗ କରିବାକୁ ଚାହୁଁଥିବା କର୍ମଚାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସେମାନଙ୍କୁ ସରପ୍ରାଇଜ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ।

ଭୁବନେଶ୍ବର ଜୟଦେବ ବିହାର ନିକଟରେ ଥିବା ରିଜର୍ଭ ଅଫ ପୋଲିସ ପଡ଼ିଆରେ ଦୀପାବଳି ପାଳନ ପାଇଁ ଅୟୋଜନ କରାଯାଇଥିଲା । ଏଥିରେ ଛୋଟା ପିଲାଙ୍କୁ ମିଠା ଦେଇ ସମସ୍ତେ ଆନନ୍ଦ ଉଲ୍ଲାସରେ ଦୀପାବଳି ପାଳନ କରିବା ସହ ବାଣ ମଧ୍ୟ ଫୁଟାଇଥିଲେ । କମିଶନର ଏବଂ ଟ୍ରାଫିକ ଡିସିପି ମଧ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ମିଠା ବାଣ୍ଟିବା ସହ ବାଣ ଫୁଟାଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରିଜର୍ଭ ଅନ୍ତେବାସୀଙ୍କ ସହ ଦୀପାବଳି ପାଳିଲେ ପୋଲିସ ମହାନିର୍ଦେଶକ।

ଦୀପାବଳି ରେ ଉତ୍ସବ ମୁଖର ହୋଇଛି ସାରା ରାଜ୍ୟ। ପୋଲିସ କର୍ମଚାରୀଙ୍କ ପିଲା ଙ୍କ ଗହଣରେ ଦୀପାବଳି ପାଳିଛନ୍ତି ପୋଲିସ ମହାନିର୍ଦେଶକଓ ଅନ୍ୟ ପୋଲିସ ଅଧିକାରୀ। ଭୁବନେଶ୍ୱରର ରିଜର୍ବ କ୍ବାଟରସ ଠାରେ ଏହି ଆଲୋକର ପର୍ବ ପାଳନ କରାଯାଇଛି।

Body:

ଆଲୋକର ପର୍ବ ଦୀପାବଳୀ । ଏହାର ମଜା ନେଇଛନ୍ତି ପୋଲିସ କର୍ମଚାରୀଙ୍କ ପରିବାର ଓ ଛୋଟ ପିଲାମାନେ। ଅତି ଆନନ୍ଦ ଓ ଉଲ୍ଲାସ ର ପର୍ବଟିକୁ ମନ ଭରି ଉପଭୋଗ କରିବାକୁ ଚାହୁଁ ଥିବା କର୍ମଚାରୀ ମାନେ ଆଜି ଭଳି ଦିନ ରେ ବି ଡିୟୁଟି ମଧ୍ୟ କରୁଛନ୍ତି। ତେବେ ଏ ନେଇ ପୋଲିସ ମହାନିର୍ଦେଶକ ବି କେ ଶର୍ମା ଏକ ସରପ୍ରାଇଜ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ରିଜର୍ଭ ଅଫ ପୋଲିସ ପଡ଼ିଆରେ ଏକ ଦୀପାବଳି ର ଅୟୋଜନ କରିଛନ୍ତି। ଯାହା ବିଭିନ୍ନ ପୋଲିସ କର୍ମଚାରୀଙ୍କ ପରିବାର ଓ ଛୋଟ ଛୋଟ ପିଲାମନଙ୍କୁ ନେଇ ଆୟୋଜନ ହୋଇଥିଲା ଦୀପାବଳି। ଛିଟା ପିଲାଙ୍କୁ ମିଠା ଦେଇ ସମସ୍ତେ ଆନନ୍ଦ ଉଲ୍ଲାସରେ ଦୀପାବଳି ପାଳନ କରିବା ସହ ବାଣ ମଧ୍ୟ ଫୁଟାଇଥିଲେ। ଯାହା ଡିଜିପି ପୋଲିସ କମିଶନର ଡିସିପି ଏବଂ ଟ୍ରାଫିକ ଡିସିପି ଉପସ୍ଥିତ ରହି ସମସ୍ତଙ୍କୁ ମିଠା ବାଣ୍ଟିବା ସହ ଦୀପ ଜାଳି ବାଣ ମାରିଥିଲେ। ଯାହା ସେଠାରେ ଉପସ୍ଥିତି ଥିବା ସମସ୍ତ କର୍ମଚାରୀ ଓ ତାଙ୍କ ପରିବାରଙ୍କ ମନରେ ଆନନ୍ଦର ଝଲକ ଦେଖିବାକୁ ମିଳିଥିଲା।
ଏହା ଛଡା ରାଜ୍ୟ ସମସ୍ତ ଜିଲ୍ଲାର ଏସପି ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଦୀପାବଳି ପଲନ କରିଛନ୍ତି। ଯାହା ପୋଲିସ ଓ ଜନତା ଙ୍କ ମଧ୍ୟ ରେ ଏକ ସୁସମ୍ପର୍କ ଯୋଡ଼ିହେବ ବୋଲି ଡିଜିପି ବି କେ ଶର୍ମା କହିଛନ୍ତି।

Byte- ବି କେ ଶର୍ମା, ପୋଲିସ ମହାନିର୍ଦେଶକ।
Byte- ସୁଚିତ୍ରା, ରିଜର୍ଭ ଅନ୍ତେବାସୀ
Byte- ମାନରୋମା ମହାପାତ୍ର, ରିଜର୍ଭ ଅନ୍ତେବାସୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.