ETV Bharat / city

ପୋଲିସ ଡିଜି ବଦଳିକୁ ନେଇ ବର୍ଷିଲା କଂଗ୍ରେସ - ତତ୍କାଳୀନ ପୋଲିସ ଡିଜି ସଂଜୀବ ମାରିକ

ପୋଲିସ ମହାନିର୍ଦ୍ଦେଶକଙ୍କ ବଦଳିକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ । ପୁରୁଣା ପ୍ରସଙ୍ଗକୁ ବାହାର କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବଛତାର ପ୍ରମାଣ ଦେବାକୁ ଦାବି କରିଛି ଦଳ ।

ବର୍ଷିଲା କଂଗ୍ରେସ
author img

By

Published : Nov 21, 2019, 9:22 PM IST

Updated : Nov 22, 2019, 8:34 AM IST

ଭୁବନେଶ୍ବର: ରାତିଅଧିଆ ପୋଲିସ ମହାନିର୍ଦ୍ଦେଶକଙ୍କ ବଦଳିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଯୋରଦାର ହମଲା କରିଛି ରାଜ୍ୟ କଂଗ୍ରେସ । ଆଜି ଏ ପ୍ରସଙ୍ଗରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯାଜପୁର ସ୍ମିତାରଣୀ ହତ୍ୟା, ଅଭାବୀ ଧାନ ବିକ୍ରି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଗତକାଲି ରାତିଅଧିଆ ପୋଲିସ ଡିଜିଙ୍କୁ ବଦଳେଇ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଏକ ନାଟକ। ରାଜ୍ୟର ବିଭିନ୍ନ ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

‘୫ଟି’ ଗୁରୁ ବୋଲାଉଥିବା ମୁଖ୍ୟମନ୍ତ୍ରୀ ୧୧ବର୍ଷ ତଳେ ତତ୍କାଳୀନ ପୋଲିସ ଡିଜି ସଂଜୀବ ମାରିକଙ୍କ ବିରୋଧରେ ଆସିଥିବା ରିପୋର୍ଟକୁ ସାର୍ବଜନୀନ କରି ସ୍ବଚ୍ଛତା ପ୍ରତିପାଦନ କରନ୍ତୁ ବୋଲି ଦଳ ଦାବି କରିଛି । ମାରିକଙ୍କ ବିରୋଧରେ ଲୋକପାଳଙ୍କ ରିପୋର୍ଟକୁ ସାର୍ବଜନୀନ କରି ନିଜ ସରକାରର ସ୍ବଚ୍ଛତା ପ୍ରମାଣିତ କରନ୍ତୁ ବୋଲି କଂଗ୍ରେସ ଆହ୍ବନ ଦେଇଛି । ଏହାସହ ପ୍ରଶ୍ନ କରିଛି ରାଜଭବନ ପକ୍ଷରୁ ମାରିକଙ୍କ ବିରୋଧରେ ରିପୋର୍ଟ ଦିଆଯାଇ ସାରିଛି ବୋଲି ସ୍ପଷ୍ଟ ହୋଇଥିବା ବେଳେ ରିପୋର୍ଟ ହଜି ଯାଇଥିବା ନେଇ ପୋଲିସ କାହିଁକି ଅଭିଯୋଗ କରିନାହାଁନ୍ତି। ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ ହେଉଥିବା ତଦନ୍ତ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁନାହାନ୍ତି ରାଜ୍ୟ ସରକାର ?

ରାଜ୍ୟ ସରକାର ବିଭିନ୍ନ ଅଭିଯୋଗରେ ବିଭିନ୍ନ ସମୟରେ ପୋଲିସ ଡିଜିଙ୍କୁ ତାଙ୍କ ପଦରୁ ବିଦା କରୁଛନ୍ତି । ବିକେ ଶର୍ମାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ସରିବା ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ସତ୍ୟ ପ୍ରକାଶ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାତିଅଧିଆ ପୋଲିସ ମହାନିର୍ଦେଶକ ବଦଳି ଏକ ନାଟକ।ବିଧାନସଭା ରେ ରାଜ୍ୟ ସରକାର ଯାଜପୁର ସ୍ମିତାରଣୀ ମର୍ଡର ,ଅଭାବୀ ଧନବିକ୍ରି ପ୍ରସଂଗରୁ ଧ୍ୟାନ ହଟାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି।

Body:ଗତକାଲି ରାତିଅଧିଆ ପୋଲିସ ଡିଜିଙ୍କୁ ବଦଳେଇ ତାଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଏକ ନାଟକ।ରାଜ୍ୟର ବିଭିନ୍ନ ଘଟଣାକୁ ମୁଖ୍ୟ ପ୍ରସଂଗରୁ ହଟେଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ। ୫ଟି ଗୁରୁ ବୋଲାଉଥିବା ମୁଖ୍ୟମନ୍ତ୍ରୀ ୧୧ବର୍ଷ ତଳେ ତତ୍କାଳୀନ ପୋଲିସ ଡିଜି ସଂଜୀବ ମାରିକ ଙ୍କ ବିରୋଧରେ ଆସିଥିବା ରିପୋର୍ଟକୁ ସାର୍ବଜନୀନ କରି ସ୍ୱଚ୍ଛତା ପ୍ରତିପାଦନ କରନ୍ତୁ ବୋଲି ,ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।ମାରିକଙ୍କ ବିରୋଧରେ ଲୋକପାଳଙ୍କ ରିପୋର୍ଟ କୁ ସାର୍ବଜନୀନ କରି ନିଜ ସରକାରର ସ୍ୱଚ୍ଛତା ପ୍ରମାଣିତ କରନ୍ତୁ।ରାଜଭବନ ପକ୍ଷରୁ ରିପୋର୍ଟ ଦିଆଯାଇସାରିଛି ବୋଲି ସ୍ପଷ୍ଟ ହୋଇଥିବା ବେଳେ ରିପୋର୍ଟ ହଜି ଯାଇଥିବା ନେଇ ପୋଲିସ କାହିଁକି ଅଭିଯୋଗ କରିନାହାଁନ୍ତି।ଡିଜି ପୋଲିସ ଙ୍କ ବିରୋଧରେ ହେଉଥିବା ରିପୋର୍ଟ କୁ କାହିଁକି ସାର୍ବଜନୀନ କରୁନାହାନ୍ତି ନବୀନ ବାବୁ।ରାଜ୍ୟ ସରକାରଙ୍କ ବିଭିନ୍ନ ଅଭିଯୋଗ ରେ ବିଭିନ୍ନ ସମୟରେ ପୋଲିସ ଡିଜି ବିଦା ହେଉଛନ୍ତି।ବିକେ ଶର୍ମାଙ୍କ ବିରୋଧରେ ତଦନ୍ତ ସରିବା ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ସତ୍ୟ ପ୍ରକାଶ କହିଛନ୍ତି।।ସେ ଅଭିଯୋଗ କରିଛନ୍ତି କି ପୂର୍ବରୁ ଅନେକ କମିଶନଙ୍କ ରିପୋର୍ଟ ଗାୟବ ହେଇ ଯାଉଛି,ସରକାରଙ୍କ କଳା କାରନାମା ଲୁଚେଇବା ପାଇଁ ଏଭଳି ଡିଜିପି ମାନଙ୍କୁ ନିଯୁକ୍ତି ଦେଉଛନ୍ତି ରାଜ୍ୟ ସରକାର।

Conclusion:
Last Updated : Nov 22, 2019, 8:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.