ETV Bharat / city

ରାଜଧାନୀବାସୀଙ୍କ ସେବାରେ ପୋଲିସ କଣ୍ଟ୍ରୋଲ ରୁମ - ରାଜଧାନୀବାସୀଙ୍କ ସେବାରେ ପୋଲିସ କଣ୍ଟ୍ରୋଲ ରୁମ

ସହରବାସୀଙ୍କୁ ସହାୟତାରେ କରିବାରେ ପୋଲିସ କଣ୍ଟ୍ରୋଲ ରୁମ ସାଜିଛି ଅନ୍ୟନ୍ଯ ମାଧମ। କାହାକୁ ମୃତ୍ୟୁ ମୁହଁରୁ ବଞ୍ଚାଇବାରେ ସହାୟକ ହୋଇଛି ତ କେଉଁଠି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ରକ୍ଷା କରିବାରେ ସହାୟକ ହୋଇଛି । ଅଧିକ ପଢନ୍ତୁ

ରାଜଧାନୀବାସୀଙ୍କ ସେବାରେ ପୋଲିସ କଣ୍ଟ୍ରୋଲ ରୁମ

author img

By

Published : Feb 7, 2022, 10:39 PM IST

ଭୁବନେଶ୍ବର : ସହରବାସୀଙ୍କୁ ସହାୟତାରେ କରିବାରେ ପୋଲିସ କଣ୍ଟ୍ରୋଲ ରୁମ ସାଜିଛି ଅନ୍ୟନ୍ଯ ମାଧମ। କାହାକୁ ମୃତ୍ୟୁ ମୁହଁରୁ ବଞ୍ଚାଇବାରେ ସହାୟକ ହୋଇଛି ତ କେଉଁଠି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ରକ୍ଷା କରିବାରେ ସହାୟକ ହୋଇଛି । ଦୁର୍ଘଟଣାସ୍ଥଳ ହେଉ ବା ଘରର ଝଗଡା ପର୍ଯ୍ୟନ୍ତ ପୋଲିସ କଣ୍ଟ୍ରୋଲ ରୁମ ଏକ ସମାଜର ଅଙ୍ଗ ହୋଇସାରିଛି ।

ଚଳିତ ବର୍ଷ ଭୁବନେଶ୍ୱର ସହରରୁ ଜନସାଧାରଣଙ୍କ ତୁରନ୍ତ ସହାୟତା ପାଇଁ ଉଦ୍ଦିଷ୍ଟ Victor Control Room , ERSS -112 ସେବାକୁ ମୋଟ ୩୭୩୬ ଗୋଟି ଫୋନ କଲ ଗ୍ରହଣ କରାଯାଇଛି। ଯାହା ଜରିଆରେ ସାହାଯ୍ୟ ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଜରୁରୀ ସହାୟତା ପ୍ରଦାନ କରିବାରେ ସହାୟକ ହୋଇଛି ପୋଲିସ। ବିଭିନ୍ନ ଥାନା ଗୁଡିକରେ ଉପଲବ୍ଧ ୩୫ ଗୋଟି ପିସିଆର ଭ୍ୟାନରେ ନିୟୋଜିତ କର୍ମଚାରୀମାନେ ଗତ ମାସ ୧ ତାରିଖରୁ ୩୧ ତାରିଖ ମଧ୍ୟରେସମୁଦାୟ ୩୭୮୦ଟି ଘଟଣାରେ ନିର୍ଦ୍ଦିଷ୍ଟ ସ୍ଥାନ ଗୁଡିକରେ ଅବିଳମ୍ବେ ପହଞ୍ଚି ଘଟିବାକୁ ଥିବା ଅନେକ ଗଣ୍ଡଗୋଳର ପ୍ରାକ ସମାଧାନ କରିବା ସହ ଅପରାଧୀଙ୍କୁ କାବୁ କରିପାଇଛି ।

ଏହିପରି ଭାବରେ ସର୍ବମୋଟ୍ ୭୫୧୬ ଟି ଘଟଣାରେ ଭୁବନେଶ୍ବର ଜନସାଧାରଣଙ୍କୁ Victor Control Room ଜରୁରୀ ସେବା ପ୍ରଦାନ କରିପାରିଛି । ଦୁର୍ଘଟଣାର ଶିକାର ପୀଡିତ ମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ସେବା ପ୍ରଦାନ କରାଇବାର ସମସ୍ତ ବ୍ୟବସ୍ଥା କରାଯିବା ସହ ପିସିଆରରେ ନିୟୋଜିତ କର୍ମଚାରୀମାନେ ପୀଡ଼ିତ ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ କରିବାର ଉଦ୍ୟମ ଜାରି ରଖିଛନ୍ତି । ଯାହା ଫଳରେ ଡାଏଲ ୧୧୨ ଏବେ ପୋଲିସର‌ ଏକ ସାଥି ହୋଇ ଜନସାଧାରଣଙ୍କୁ ସେବା ଯୋଗାଇବାରେ ସହାୟକ ହେଉଛି।

ଏହାବି ପଢନ୍ତୁ : ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ଉଷ୍ମତା: ପ୍ରସ୍ତୁତ କମିଶନରେଟ ପୋଲିସ, ଦାୟିତ୍ବରେ ଜୋନାଲ ଏସିପି ଓ ଆଇଆଇସି

କିଛି ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ :

୧. ଜାନୁଆରୀ ମାସ ୧ ତାରିଖରେ ପିସିଆର ୩୫ ନମ୍ବର ଗାଡିରେ ଥିବା କର୍ମଚାରୀମାନେ ସୂଚନା ପାଇ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ହୋଟେଲ ଖାରବେଳ ନିକଟରେ ପହଞ୍ଚି ଚୋରି ହୋଇଥିବା ୨୨ ଗୋଟି ଟେଲିକମ ବ୍ୟାଟେରୀକୁ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।

୨. ଜାନୁଆରୀ ୫ ତାରିଖ ସନ୍ଧ୍ୟାରେ ପିସିଆର ୯ରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ସୂଚନା ପାଇ ଲକ୍ଷ୍ମୀସାଗର ସ୍ଥିତ ଓକିଲ ବାଗ ନିକଟରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ପରେ ଝାରପଡ଼ା ଜେଲ ରୋଡ଼ ନିକଟସ୍ଥ ତାଙ୍କ ଘରେ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରିଥିଲେ।

୩. ଜାନୁଆରୀ ୭ ତାରିଖରେ ପିସିଆର ୧୫ରେ କାର୍ଯ୍ୟରତ ପୁଲିସ କର୍ମଚାରୀ ମାନେ ସୂଚନା ପାଇ ଡୁମଡୁମାର ପଞ୍ଚସଖା ନଗରରେ ବୁଲୁଥିବା ଜଣେ ୮୨ ବର୍ଷ ବଯସର ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ପରିବାର ବିଷୟରେ ଖବର ପାଇ ମହିଳାଙ୍କ ପୁଅଙ୍କୁ ଡକାଇ ହସ୍ତାନ୍ତର କରିଥିଲେ।

୪. ସେହିପରି ୭ ତାରିଖ ମଧ୍ୟରାତ୍ରରେ ଡମଣା ମଦ ଦୋକାନ ନିକଟରେ ପିସ୍ତଲ ଦେଖାଇ ଲୋକମାନଙ୍କୁ ଭୟଭୀତ କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇ ପିସିଆର ୨୦, ୨୧ ଓ ୨୨ ନମ୍ବର ଟିମ ମିଳିତ ଭାବେ ଖୋଜାଖୋଜି କରିଥିଲେ । ପରେ ଅଭିଯୁକ୍ତଙ୍କୁ ଧରି ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରିଥିଲେ।

୫.ଜାନୁଆରୀ ୧୭.୦୧.୨୨ ତାରିଖରେ ERSS-୧୧୨ ରୁ ସୂଚନା ପାଇ ପିସିଆର ୬ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ କୁଆଖିଆ ପୋଲ ନିକଟରେ ପହଞ୍ଚି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ବୁଝାସୁଝା କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

୬.ଜାନୁଆରୀ ୧୮.୦୧.୨୨ ତାରିଖରେ ୟୁନିଟ୍ ୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଚୋରି ହେବା ତଥ୍ୟ ପାଇ ପିସିଆର ୧୮ଟିମ ଘଟଣାସ୍ଥଳରେ ପହଞ୍ଚି ଚୋରିରେ ବ୍ୟବହୃତ ସାମଗ୍ରୀ ସହ ୨ ଅଭିଯୁକ୍ତଙ୍କୁ କାବୁ କରି ନୟାପଲ୍ଲୀ ଥାନାକୁ ହସ୍ତାନ୍ତର କରିଥିଲେ । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

୭.ଜାନୁଆରୀ ୨୨.୦୧.୨୨ ତାରିଖରେ ପିସିଆର ୧୫ ଟିମ ସୂଚନା ଆଧାରରେ ବରମୁଣ୍ଡା ଆପେକ୍ସ ହସ୍ପିଟାଲ ନିକଟରେ ବିଷ ପିଇ ପଡ଼ିଥିବା ଓଲ୍ଡ ଟାଉନ ହାଟସାହିର ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇବାରୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା।

୮.ଜାନୁଆରୀ ୩୦.୦୧.୨୨ ତାରିଖରେ ପିସିଆର ୩୪ ଟିମ ରାତିରେ ERSSରୁ ସୂଚନା ପାଇ ଭି.ଏସ୍.ଏସ୍ ନଗରରେ ଥିବା ରେଳ ଧାରଣାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିପାରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.