ETV Bharat / city

ଗ୍ରିଭାନ୍ସକୁ ଭୁଲିଗଲେ ଅଫିସର, ଟ୍ବିଟରରେ ମାତିଛନ୍ତି ପୋଲିସ କମିଶନର

କାର୍ଯ୍ୟାଳୟରେ ନୁହେଁ ସୋସିଆଲ ମିଡିଆରେ ଅଭିଯୋଗ ଶୁଣୁଛନ୍ତି ପୋଲିସ କମିଶନର । ସଙ୍ଗେ ସଙ୍ଗେ ବି ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଗ୍ରିଭାନ୍ସ ସେଲ ଅଛି । ହେଲେ ଅଭଯୋଗ କଲେ ଗ୍ରହଣ ହେଉନି କାର୍ଯ୍ୟାନୁଷ୍ଠାନ । କମିଶନର ପୋଲିସ କାର୍ଯ୍ୟାଳୟରେ ଅଭିଯୋଗ କଲେ କାର୍ଯ୍ଯାନୁଷ୍ଠାନ ନେଉ ନାହାଁନ୍ତି ଅଧିକାରୀ ।

Police commissionerate
ଗ୍ରିଭିଏନ୍ସକୁ ଭୁଲିଗଲେ ଅଫିସର, ଟ୍ବିଟରରେ ମାତିଛନ୍ତି କମିଶନର
author img

By

Published : Dec 14, 2019, 9:00 PM IST

ଭୁବନେଶ୍ବର: ସମସ୍ତ ଅଭିଯୋଗ ପାଇଁ କମିଶନରେଟ ପୋଲିସର କାର୍ଯ୍ୟାଳୟରେ ରହିଛି ଗ୍ରିଭାନ୍ସ ସେଲ । ଯେଉଁଠି ସାଧାରଣ ଲୋକେ ନିଜେ ନିଜର ଅଭିଯୋଗ କରିଥାନ୍ତି । କିନ୍ତୁ ଅଭିଯୋଗ କଲେ ଶୁଣୁ ନାହାଁନ୍ତି ଅଫିସର । କାରଣ ଟ୍ବିଟରରେ ମାତିଛନ୍ତି ପୋଲିସ କମିଶନର । ଅଭିଯୋଗ ଇନଷ୍ଟାଣ୍ଟ ହେଲେ ସଲ୍ୟୁସନ ବି ତତକ୍ଷଣାତ, ସବୁ କିଛି ଟ୍ବିଟରରେ । ପ୍ରଶ୍ନ ଥିଲେ ଉତ୍ତର ମିଳୁଛି କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଏହା ଭିତରେ ବଳି ପଡି ଯାଉଛନ୍ତି ସାଧାରଣ ଲୋକେ ।

ଗ୍ରିଭିଏନ୍ସକୁ ଭୁଲିଗଲେ ଅଫିସର

ଏୟାରଫିଲ୍ଡ ଥାନାର ଏସଆଇଙ୍କ ବିରୋଧରେ ଠିକାଦାର ଅନୁପ କୁମାର ରଥ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ଆଇପିସି ଧାରା 420, 506, 294 ଓ 341ରେ ମାମଲା ବି ରୁଜୁ ହୋଇଥିଲା । ହେଲେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ? ଥାନା ବାବୁ ନା ଜୋନାଲ ଏସପି ? ଭୁବନେଶ୍ବର ଡିସିପି ନା ପୋଲିସ କମିଶନର ? ତେବେ ଏନେଇ କେହି ଜବାବ ରଖିବାକୁ ପ୍ରତିକ୍ରିୟା ଦେଉନଥିବାବେଳେ ଅଭିଯୋଗକାରୀଙ୍କ ଏଭଳି ଅଭିଯୋଗକୁ ଶୁଣିବାକୁ ଥିବା ଗ୍ରିଭାନ୍ସ ସେଲକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସେପଟେ, ସିଧାସଳଖ ଅଭିଯୋଗ ଶୁଣୁ ନଥିବା ପୋଲିସ ଅଧିକାରୀ, ଟ୍ବିଟର ବା ସୋସିଆଲ ମିଡିଆ ବ୍ୟବହାରୀକାରୀଙ୍କ ଅଭିଯୋଗ ଶୁଣୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗ୍ରିଭାନସକୁ ଭୁଲିଗଲେ ଅଫିସର,
ଟ୍ବିଟର ରେ ମାତିଛନ୍ତି କମିସନର
Body:
ସରକାରି ଦପ୍ତରରେ ଅଭିଯୋଗ ପାଇଁ ରହିଛି ଅଭିଯୋଗ ପ୍ରକୋଷ୍ଠ।ଅର୍ଥାତ କମିସନରେଟ ପୋଲିସର କାର୍ଯାଳୟରେ ରହିଛି ଅଭିଯୋଗ ପ୍ରକୋଷ୍ଠ ବା ଗ୍ରିଭାନସ ସେଲ।ହେଲେ ଅଭିଯୋଗ ଆଉ ଗ୍ରିଭାନସରେ ଶୁଣୁନାହାନ୍ତି ଅଫିସର।କାରଣ ଟ୍ବିଟର ରେ ମାତିଛନ୍ତି ପୋଲିସ କମିସନର।ଅଭିଯୋଗ ଇନଷ୍ଟାଣ୍ଟ ହେଲେ ସଲୁସନ ବି ତତକ୍ଷଣାତ।ସବୁକିଛି ଟ୍ବିଟରରେ ପ୍ରଶ୍ନ ଥିଲେ ମିଳୁଛି ଉତର ନଚେତ ହେଉଛି କାର୍ଯାନୁଷ୍ଠାନ।ହେଲେ ଏସବୁ ଭିତରେ ବଳି ପଡୁଛନ୍ତି ସାଧାରଣ ଲୋକ।ଯାହାର ନାହିଁ ଟ୍ବିଟର କି ସୋସିଆଲ ମିଡିଆର ବ୍ଯବହାର।କାରଣ ସେମାନଙ୍କ ଅଭିଯୋଗ ଗ୍ରଭାନସରେ କଲେ ବି ଶୁଣୁନାହାନ୍ତି ଅଫିସର।ଯାହାର ଜ୍ବଳନ୍ତ ଉଦାହରଣ ଠକ ଏଏସଆଇ ନବଘନ ସାହୁଙ୍କ ଙ୍କ ବିରୋଧରେ କାର୍ଯନୁଷ୍ଠାନ ବିଳମ୍ବ।ଏୟାରଫିଲଡ ଥାନାର ଏସଆଇଙ୍କ ବିରୋଧରେ ସଂଗିନ ଅଭିଯୋଗ କରିଥିଲେ ଠିକାଦାର ଅନୁପ କୁମାର ରଥ।ଏୟାରଫିଲଡ ଥାନାରେ ଆପିସିର ଧାରା ୪୨୦,୫୦୬,୨୯୪,୩୪୧ ରେ ମାମଲା ରୁଜୁ ହୋଇଥିଲେ ବି ଗିରଫ କରିବାକୁ ନାହିଁ ପୋଲିସର ସାହାସ। ଏନେଇ କମିସନରଙ୍କ ଗ୍ରିଭାନସରେ ଜଣାଇଥିଲେ ମଧ୍ଯ ଅଭିଯୋଗକାରି ଅନୁପଙ୍କ ମିଳୁନି ଉତର। ନା ହେଉଛି ଏ ଦିଗରେ କାର୍ଯାନୁଷ୍ଠାନ।ଯାହାକୁ ନେଇ ପ୍ରଶ୍ନ ଉଠୁଛି କିଏ ଦେଉଛି ଏଏସଆଇକୁ ସୁରକ୍ଷା।ଥାନାର ଥାନାବାବୁ ନା ଜୋନାଲ ଏସିପି କି ଭୁବନେଶ୍ବର ଡିସିପି ବା ପୋଲିସ କମିସନର। ଏନେଇ ଜବାବ ରଖିବାକୁ କେହି ପ୍ରତିକ୍ରିୟା ଦେଉନଥିବା ବେଳେ ଅଭିଯୋଗକାରିଙ୍କ ଏଭଳି ଅଭିଯୋଗ ନେଇ ଏବେ ଗ୍ରିଭାନସ ସେଲକୁ ନେଇ ଉଠିଲାଣି ଅନେକ ବିବାଦ।ଅଭିଯୋଗ ଶୁଣିବାକୁ କମିସନରେଟ ପଲିସ ପାଖରେ ନାହିଁ ସମୟ।କେବଳ ହାଇଫାଇ ତଥା ଟ୍ବିଟର ବା ସୋସିଆଲ ମିଡିଆ ବ୍ଯବହାର କାରିଙ୍କ ପାଇଁ ରହିଛି ସଲୁସନ।ଯାହା ଏବେ କମିସନରେଟ ପୋଲିସର ମୁଖିଆ ପୋଲିସ କମିସନରଙ୍କ ପ୍ରତି ଏବେଠୁ ବଢିଲାଣି ସାଧାରଣ ସହରବାସୀଙ୍କ ଅସନ୍ତୋଷ।
Conclusion:ବାଇଟ-ଅନୁପ କୁମାର ରଥ,ଅଭିଯୋଗକାରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.