ETV Bharat / city

ଫାଷ୍ଟଫୁଡ ଦୋକାନୀର ୪୨୦ ଦିମାଗ୍‌, 10 ଲକ୍ଷର ମୋବାଇଲ ଚୋରି କରି ଚୋର ଗିରଫ

ଭୁବନେଶ୍ବର ଡମଣା ଛକ ନିକଟରେ ୧୦ ଲକ୍ଷ ମୂଲ୍ୟର ମୋବାଇଲ ଚୋରି ଘଟଣା । ମୋବାଇଲ ଦୋକାନ ନିକଟରେ ଥିବା ଫାଷ୍ଟଫୁଡ ଦୋକାନୀ ଚୋରି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By

Published : Aug 23, 2022, 7:24 PM IST

Updated : Aug 23, 2022, 10:34 PM IST

Etv Bharat
Etv Bharat

ଭୁବନେଶ୍ବର: ଧରାପଡିଲେ ସୁଡଙ୍ଗ କରି ଲୁଟ କରିଥିବା ଚୋର । ଡମଣା ଛକ ୧୦ ଲକ୍ଷ ମୂଲ୍ୟର ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ । ଲୁଟ ହୋଇଥିବା ଦୋକାନ ନିକଟରେ ଫାଷ୍ଟଫୁଡ଼ ଦୋକାନ କରିଥିବା ଦୋକାନୀ ୧୦ ଲକ୍ଷର ୨୯ଟି ମୋବାଇଲ ଚୋରି କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଦୋକାନୀ ଓ ସହଯୋଗୀକୁ ଗିରଫ କରିଛି ଚନ୍ଦ୍ରଶେଖର ଥାନା ପୋଲିସ ।

ଫାଷ୍ଟଫୁଡ ଦୋକାନୀର ୪୨୦ ଦିମାଗ୍‌, 10 ଲକ୍ଷର ମୋବାଇଲ ଚୋରି କରି ଚୋର ଗିରଫ

ଚୋରି ଘଟଣା ସମ୍ପର୍କରେ ଖବର ପାଇବା ପରେ ଚନ୍ଦ୍ରେଶଖର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ମୋବାଇଲ ଦୋକାନ ନିକଟରେ ଥିବା ଚାଓମିନ ଦୋକାନୀ ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଭଦ୍ରକ ଅଞ୍ଚଳରୁ ୨ ଅଭିଯୁକ୍ତ ଫାଷ୍ଟଫୁଡ ଦୋକାନୀ ସତ୍ୟଜିତ ମଲ୍ଲିକ ଓରଫ ବଥୁଆ ଓ ବନ୍ଧୁ ମନୋରଞ୍ଜନ ମୁଦୁଲିକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

କିପରି ହୋଇଥିଲା ଚୋରି ?

ପୋଲିସ ୧୦ ଲକ୍ଷ ଟଙ୍କାର ଚୋରି ମୋବାଇଲ ଜବତ ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ମାଷ୍ଟରମାଇଣ୍ଡ ଯିଏକି ରୋଲ ଓ ଚାଉମିନ କରୁଥିବା ଦୋକାନୀ । ଲୁଟ ହୋଇଥିବା ଦୋକାନ କଡ଼ରେ ଚାଉମିନ ଓ ରୋଲ ତିଆରି କରି ମୋବାଇଲ ଦୋକାନକୁ ଟାର୍ଗେଟ କରିଥିଲା ଚୋର । ପରେ ସୁବିଧା ଦେଖି ଗତ ୧୩ ତାରିଖରେ ପଶିଥିଲା ମୋବାଇଲ ଦୋକାନରେ । ଦୋକାନର ଆଜବେଷ୍ଟସ ଭାଙ୍ଗି ଦୋକାନରେ ପଶି ସିସିଟିଭିକୁ ଭାଙ୍ଗିବା ସହ ଚୋରି କରିଥିଲା ବିଭିନ୍ନ ଦାମି କମ୍ପାନୀର ୨୯ଟି ମୋବାଇଲ ଫୋନ ।

ଏହା ବି ପଢନ୍ତୁ- ରାଜଧାନୀରେ ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ ମୋବାଇଲ

ନୂଆ ମୋବାଇଲର ଖୋଳରୁ କାଢି କେବଳ ଫୋନ ଧରି ମାରିଥିଲା ଚମ୍ପଟ । ଏହାପରେ ଚୋର ଜଣକ ଚୋରି ମୋବାଇଲକୁ ନିଜ ଗାଁ ପାଖ ଜଣେ ବନ୍ଧୁ ନିକଟରେ ଲୁଚାଇ ରଖିଥିଲା । ଧୀରେ ଧୀରେ ଗାଁରେ ଗ୍ରାହାକ ଯୋଗାଡ଼ କରିଥିଲା । ଏପରିକି ୩୦ ହଜାର ଟଙ୍କାର ମୋବାଇଲକୁ ୩ ହଜାର ଟଙ୍କାରେ ବିକିବା ପାଇ ଗ୍ରାହାକଙ୍କ ସହ ଡିଲ ମଧ୍ୟ ହୋଇଥିଲା । ଉକ୍ତ ସ୍ଥାନରେ ସୁରକ୍ଷାକର୍ମୀ ଥାଇ ମଧ୍ୟ ଲୁଟ ହୋଇଥିବା ମୋବାଇଲ ଦୋକାନୀ ମାଲିକ ଅଭିଯୋଗ କରିଥିଲେ ।

ତେବେ ସୂଚନା ଥାଉ କି ସଟର ଓ ଆଜବେଷ୍ଟସ ଭାଙ୍ଗି ଲୁଟିବା ଘଟଣା ରାଜଧାନୀରେ ନୂଆ ନୁହେଁ । ଜୁନ ୨୦ରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ରୋଡରେ ଥିବା ମାଗ୍ନମ ଲିକର ସପରୁ ଚୋରି ନେଇ ଅଭିଯୋଗ ହୋଇଥିଲା । ଦୁର୍ବୃତ୍ତମାନେ ସଟର ତାଡି ଦୋକାନରେ ପଶି ୫ଲକ୍ଷରୁ ଅଧିକ ଟଙ୍କାର ମଦ ଚୋରି କରିଥିଲେ । ସେହିଭଳି ୨୨ ଜାନୁଆରୀରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରର ଏକ ତେଜରାତି ‌ଦୋକାନରୁ ଆଜବେଷ୍ଟସ ଭାଙ୍ଗି ଘରର କାନ୍ଥରେ ସୁଡଙ୍ଗ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2022, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.