ETV Bharat / city

FAKE DOCTOR: ଠକ ଡାକ୍ତରର ଅସଲି ପତ୍ନୀ ଗିରଫ, ଅନ୍ୟ ମହିଳାଙ୍କୁ ଠକାମିରେ ଥିଲେ ଭାଗିଦାର

ନକଲି ଠକ ଡାକ୍ତର ରମେଶ ସ୍ବାଇଁର ଅସଲି ସ୍ତ୍ରୀ ଗିରଫ ହୋଇଛି । ସେ ଏହି ଠକେଇ ମାମଲାର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

FAKE DOCTOR: ଠକ ଡାକ୍ତରର ଅସଲି ପତ୍ନୀ ଗିରଫ, ଅନ୍ୟ ମହିଳାଙ୍କୁ ଠକାମିରେ ଥିଲେ ଭାଗିଦାର
FAKE DOCTOR: ଠକ ଡାକ୍ତରର ଅସଲି ପତ୍ନୀ ଗିରଫ, ଅନ୍ୟ ମହିଳାଙ୍କୁ ଠକାମିରେ ଥିଲେ ଭାଗିଦାର
author img

By

Published : Apr 5, 2022, 4:59 PM IST

ଭୁବନେଶ୍ବର: ନକଲି ଠକ ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀ ଗିରଫ । ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତୀର୍କିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଝାଡଖଣ୍ଡରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ପୋଲିସ । କମଳା ଅନ୍ୟ ମହିଳାଙ୍କୁ ଠକାମି ଘଟଣାରେ ଭାଗିଦାର ଥିଲେ ବୋଲି ଜଣାପଡ଼ିଛି ।

ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତୀର୍କି
ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତୀର୍କି

ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା । ଯିଏକି ଠକ ଡାକ୍ତର ଠକାମି ଟଙ୍କାକୁ ଠୁଳ କରି ରଖୁଥିଲେ । ତେବେ ପୂର୍ବରୁ ପାରାଦ୍ବୀପରେ ଡାକ୍ତରାଣୀ ଥିଲେ କମଳା । ୫ମ ଥର ପାଇଁ ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ମିଳିଥିଲା ପ୍ରମାଣ । ଠକ ଡାକ୍ତରର ଆକାଉଣ୍ଟରୁ ଅନେକ ଟଙ୍କା କମଳାଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ସୁରାକ ପାଇଥିଲା ପୋଲିସ । ଏନେଇ ଗିରଫ ପରେ କମଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଚରା ଉଚୁରା ପାଇଁ ତାଙ୍କୁ ରିମାଣ୍ଡରେ ଆଣିପାରେ କମିଶନରେଟ୍ ପୋଲିସ ।

FAKE DOCTOR: ଠକ ଡାକ୍ତରର ଅସଲି ପତ୍ନୀ ଗିରଫ, ଅନ୍ୟ ମହିଳାଙ୍କୁ ଠକାମିରେ ଥିଲେ ଭାଗିଦାର

ତେବେ ସୂଚନା ଥାଉ କି ଗତ ଫେବୃଆରୀ ୧୪ରେ ଠକ ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ ପୋଲିସର ମହିଳା ଥାନା । ପରେ ତା ନାଁରେ ଅନେକ ମହିଳାଙ୍କୁ ଠକେଇ କରିଥିବା ସାମ୍ନାକୁ ଆସିଥିଲା । ଠକ ରମେଶ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିଥିଲା । ଏକାଧିକ ମହିଳାଙ୍କୁ ଫସାଇ ବିବାହ କରିବା ଏବଂ ସେମାନଙ୍କଠୁ ଲୁଟ୍ କରିଥିଲା ଏହି ଠକ । ତଦନ୍ତ ବେଳେ ରମେଶ ମିଛ କହୁଥିବା ଯୋଗୁଁ ତାହାର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ୫ ଘଣ୍ଟାର ରମେଶକୁ ୧୦୦କୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ଏବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.