ଭୁବନେଶ୍ବର: ଲକଡାଉନରେ ପୋଲିସ ଠାରୁ ବର୍ତ୍ତିବା ପାଇଁ ଅତ୍ୟାବଶ୍ୟକ ସେବାର ପରିଚୟପତ୍ର ବ୍ୟବହାର। ଆଉ ଅମାନିଆଙ୍କ ପାଇଁ ଏମିତି ଆଇଡି କାର୍ଡ ପ୍ରସ୍ତୁତକାରୀକୁ ଗିରଫ କରିଛି କମିଶନରେଟ ପୋଲିସ । ଲକଡାଉନ ସମୟରେ ବୁଲିବାକୁ କେତେବଳେ ମେଡିକାଲ ଆଇଡି କାର୍ଡ ତ କେତେବଳେ ସିକୁରିଟି ଆଇଡି କାର୍ଡ ତିଆରି କରୁଥିଲେ ଏହି ଦଲାଲ । ତେବେ ପୋଲିସ ଫେକ ଆଇଡି କାର୍ଡ ପ୍ରସ୍ତୁତକାରୀ ଦଲାଲକୁ ଗିରଫ କରିଛି ।
ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ରୋକିବା ପାଇଁ ମେ 19 ତାରିଖ ପର୍ଯ୍ୟନ୍ତ 14 ଦିନିଆ ଲକଡାଉନ ଲାଗୁ କରୁଥିଲେ । ତେବେ ଏହି ସମୟରେ ପ୍ରଶାସନ କଡାକଡି ଭାବେ ଚେକିଂ ପ୍ରକ୍ରିୟାକୁ ଲାଗୁ କରାଯାଇଥିଲା । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟମାନଙ୍କ ଯିବା ଆସିବାରେ ସରକାର କଟକଣା ଲାଗୁ କରିଥିଲେ । କିନ୍ତୁ ଅମାନିଆମାନେ ଏହି ଦଲାଲଙ୍କ ସହାୟତାରେ ଫେକ ଆଇଡି କାର୍ଡ ତିଆରି କରି ଲକଡାଉନରେ ବାହାରକୁ ବାହାରୁଥିଲେ ।
ଲକଡାଉନ ସମୟରେ ବୁଲିବାକୁ ଅମାନିଆମାନେ କେତେବଳେ ମେଡିକାଲ ଆଇଡି କାର୍ଡ ତ କେତେବଳେ ସିକୁରିଟି ଆଇଡି କାର୍ଡ ଓ ଆଇଟି ପ୍ରଫେସନାଲ ବ୍ୟବହାର କରୁଥିଲେ । ଯାହାର ସୁରାକ ଚେକିଂ ବଳେ ସାମ୍ନାକୁ ଆସିଥିଲା । ଏହିପରି ଅନେକ ଅମାନିଆ ଧରାପଡିଆ ପରେ ପୋଲିସ ନକଲି ଆଇଡି କାର୍ଡ ପ୍ରସ୍ତୁତକାରୀର ସୁରାକ ପାଇଥିଲା । ଏହି ଆଇଡି କାର୍ଡ ପ୍ରସ୍ତୁତ କରିବା ପାଇଁ ଅମାନିଆମାନେ ୫୦୦ରୁ ୧୦୦୦ଟଙ୍କା ଦେଉଥିଲେ । ଏହିପରି କାରବାର କରୁଥିବା ଡମଣା ଛକର ଜଗନ୍ନାଥ ପେପର ଷ୍ଟୋରର ମାଲିକ ସୁବାଶ ବେହୋରାଙ୍କୁ ଗିରଫ କରିଛି ପୋଲିସ। ଚଢାଉ ସମୟରେ ବିପୁଳ ପରିମାଣର ଆଇଡି କାର୍ଡ ପୋଲିସ ଜବତ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ