ETV Bharat / city

ରାଜଧାନୀରେ ମହିଳା ଜିଅନ୍ତା ଜଳିବା ଘଟଣା, ସ୍ବାମୀ ଗିରଫ - ରାଜଧାନୀରେ ଜିଅନ୍ତା ଜଳିଲେ ମହିଳା

ମଞ୍ଚେଶ୍ବର‌ଥାନା ପଳାଶୁଣି କପିଳେଶ୍ବର ବିହାର ମହିଳାଙ୍କ‌ ଦେହରେ ନିଆଁ ଲାଗିବା ଘଟଣା । ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ଜିଅନ୍ତା ଜଳିଲେ ମହିଳା,ଗିରଫ ହେଲେ ସ୍ବାମୀ

author img

By

Published : Feb 14, 2022, 8:58 AM IST

ଭୁବନେଶ୍ବର: ମଞ୍ଚେଶ୍ବର‌ ଥାନା ପଳାଶୁଣି କପିଳେଶ୍ବର ବିହାର ମହିଳାଙ୍କ‌ ଦେହରେ ନିଆଁ ଲାଗିବା ଘଟଣା । ଶଶୁରଙ୍କ ଅଭିଯୋଗ ପରେ ଗିରଫ ହେଲେ ମହିଳାଙ୍କ ସ୍ବାମୀ । ସ୍ବାମୀ ସତ୍ୟ ରଞ୍ଜନ ନାୟକକୁ ଗିରଫ କରିଛି କମିଶନରେଟ ପୋଲିସ । ନିଜ ପତ୍ନୀକୁ ଘରୋଇ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରିଛି ପୋଲିସ । ଧାରା ୩୦୬,୪୯୮ଏ,୩୨୬ରେ କୋର୍ଟ ଚାଲାଣ କରାଯାଇଛି । ତେବେ ମହିଳା ଜଣଙ୍କ ନିଆଁରେ ୯୦ପ୍ରତିଶତ ପୋଡିଯାଇଥିବା ବେଳେ ସେ ଏବେ ଗୁରୁତର ଅଛନ୍ତି‌ ।

ଏହା ମଧ୍ୟ ପଢନ୍ତୁ:-ରାଜଧାନୀରେ ଜିଅନ୍ତା ଜଳିଲେ ମହିଳା, ରାତିଅଧରେ ପଡୋଶୀଙ୍କୁ କହିଲେ ବଞ୍ଚାଅ

ସୁଚନା ଅନୁଯାୟୀ ନବ ବିବାହିତ ପ୍ରିତି ପ୍ରଜ୍ଞା ପରିଜା ଓ ତାଙ୍କ ସ୍ବାମୀ ସତ୍ୟ ରଞ୍ଜନ ନାୟକ କପିଳେଶ୍ବର ଲେନ ନମ୍ବର ତିନିର ଭଡା ଘରେ ରହୁଥିଲେ । ଗତ ୧୦ ତାରିଖ ରାତିରେ ମହିଳା ଜଣଙ୍କ ଜଳିବା ଅବସ୍ଥାରେ ପଡୋଶୀଙ୍କୁ ଡାକିଥିଲେ । ଏନେଇ ପଡୋଶୀ ଜଣଙ୍କ ପୋଲିସକୁ ଖବରଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା ।

ସେହିଦିନ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ରାତି ଅଧରେ ମହିଳା ଜଣଙ୍କ ବେଡରୁମରେ ପୋଡି ହେବା ପରେ ଘରର ତଳକୁ ଆସି ବଞ୍ଚାଇବା ପାଇଁ ପଡୋଶୀଙ୍କୁ ନିବେଦନ କରିଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରି ସ୍ବାମୀ ସତ୍ୟ ପ୍ରକାଶ ନାୟକଙ୍କୁ ଗିରଫ କରିଛି । ସତ୍ୟ ପ୍ରକାଶ ଭୁବନେଶ୍ବରେ ଓଲା ଡ୍ରାଇଭର ଭାବେ କାମ କରନ୍ତି । ବିବାହ ପରେ କିଛି ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗିରହୁଥିଲା । ଯାହାକୁ ନେଇ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇଥିବା ଦେଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.