ETV Bharat / city

ଆପାର୍ଟମେଣ୍ଟ ଲିଫ୍ଟରୁ ବାହାରିଲା ବିଷଧର ସାପ, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ

ଲିଫ୍ଟ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଅସାବଧନତା ବଶତଃ ଆପଣ ସର୍ପ ଦଂଶନର ଶିକାର ହୋଇପାରନ୍ତି । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ଏକ ଆପାର୍ଟମେଣ୍ଟ ଲିଫ୍ଟରୁ ସାପ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

author img

By

Published : Sep 15, 2022, 3:40 PM IST

ଆପାର୍ଟମେଣ୍ଟ ଲିଫ୍ଟରୁ ବାହାରିଲା ବିଷଧର ସାପ, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ
ଆପାର୍ଟମେଣ୍ଟ ଲିଫ୍ଟରୁ ବାହାରିଲା ବିଷଧର ସାପ, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ

ଭୁବନେଶ୍ବର: ଆପଣ ଲିଫ୍ଟ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ସତର୍କତାର ସହିତ ବ୍ୟବହାର କରନ୍ତୁ ଲିଫ୍ଟ । ନହେଲେ ଅସାବଧାନତାରୁ ସାପ ଦଂଶନର ଶିକାର ହୋଇପାରନ୍ତି ଆପଣ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ । ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଏକ ବିଷଧର ତମ୍ପ ସାପ ବାହାରିଥିବା ଜଣାପଡ଼ିଛି ।

ରାଜଧାନୀର ଉପକଣ୍ଠରେ , ତାଙ୍କର ନଜର ପଡିଗଲା ଗୋଟିଏ କୋଣରେ ଏକ ତମ୍ପ ସାପ ଫଣା ଟେକି କୁଣ୍ଡଳୀ ମାରି ବସି ଅଛି । ବିକଳରେ ବାହାରକୁ ପଳେଇ ଆସି ଅନ୍ୟ ମାନଙ୍କୁ ଖବର ଦେଲେ ନଗେନ୍ଦ୍ର । ଲିଫ୍ଟରେ ଆଉ କାହାକୁ ଯିବା ଆସିବା ପାଇଁ ବାରଣ କରାଗଲା ।

ଏହା ବି ପଢନ୍ତୁ- OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ଏହାପରେ, ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦିଆଗଲା । ଶୁଭେନ୍ଦୁଙ୍କ ଠାରୁ ନିର୍ଦ୍ଦେଶ ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅମରଜିତ୍ ବେହେରା ଘଟଣାସ୍ଥଳରେ ପହଁଚିଥିଲେ । ଅମରଜିତ ଲିଫ୍ଟ ଭିତରୁ ପ୍ରାୟ ଦୁଇ ଫୁଟ ଲମ୍ବର ତମ୍ପ ଛୁଆଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସାପଟିକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

ଏ ନେଇ ଆପାର୍ଟମେଣ୍ଟ ବାସିନ୍ଦା ନଗେନ୍ଦ୍ର ମିଶ୍ର କହିଛନ୍ତି, " ଆପାର୍ଟମେଣ୍ଟର ଲିଫ୍ଟରେ ଏକ ତମ୍ପ ସାପ ପଶିଯାଇଥିଲା ଏବଂ ଆମର ଜଣେ ଅନ୍ତେବାସୀ ଆଘାତ ହେବାର ସମ୍ଭାବନା ଥିଲା । ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଆମେ ତୁରନ୍ତ ଭୁବନେଶ୍ବର ସ୍ନେକ ହେଲ୍ପ ଲାଇନର ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲୁ । ସେ ତାଙ୍କ କର୍ମଚାରୀଙ୍କୁ ପଠାଇବା ପରେ ସେ ସଫଳତାର ସହିତ ସାପଟିକୁ ଉଦ୍ଧାର କରିଛନ୍ତି । " ଏଭଳି ଘଟଣା ସାମନାକୁ ଆସିବା ପରେ ଆପାର୍ଟମେଣ୍ଟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.