ଭୁବନେଶ୍ବର: ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)ର ସମୟସୀମା । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଚାଉଳ । ଚଳିତ ମାସରେ ଶେଷ ହେଉଥିଲା ଯୋଜନାର ସମୟ ସୀମା ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) ସମୟସୀମା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM MODI)ଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନାକୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
କୋଭିଡ ମହାମାରୀ ବିପଦ ସମ୍ପୂର୍ଣ୍ଣ ଯାଇନାହିଁ । ତେଣୁ PMGKAY କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସରେ ଶେଷ ହେଉଥିଲା PMGKAY ରେ ମାଗଣା ଡାଲି-ଚାଉଳ ବଣ୍ଟନ ଯୋଜନା । ଦେଶରେ ଖାଦ୍ୟ ଶସ୍ୟ ମହଜୁଦ ରହିଛି ତେଣୁ ଆଉ ଅଧିକ ମାସ ଯୋଜନାରେ ଚାଉଳ ଯୋଗାଇବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ୭ ମାସ ଧରି ମାଗଣା ରାସନ ଦେଇଥିବାରୁ ପ୍ରଧାନମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠିରେ କୃତଜ୍ଞତା ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ