ନୂଆଦିଲ୍ଲୀ: ଆଜି (ରବିବାର) 90 ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଓଡିଶା ତଥା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବିଷୟରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମଗ୍ର ଦେଶ ଉତ୍ସବମୁଖର । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଶକୁ ବାର୍ତ୍ତା ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
PM @narendramodi talks about the upcoming Rath Yatra. #MannKiBaat pic.twitter.com/8uwbhi1h6L
— PMO India (@PMOIndia) June 26, 2022 " class="align-text-top noRightClick twitterSection" data="
">PM @narendramodi talks about the upcoming Rath Yatra. #MannKiBaat pic.twitter.com/8uwbhi1h6L
— PMO India (@PMOIndia) June 26, 2022PM @narendramodi talks about the upcoming Rath Yatra. #MannKiBaat pic.twitter.com/8uwbhi1h6L
— PMO India (@PMOIndia) June 26, 2022
ଘୋଷଯାତ୍ରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଦିନ ପରେ ଜୁଲାଇ 1ରେ ପୁରୀରେ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ପ୍ରଭୁ ଜଗନ୍ନାଥଙ୍କ ଏହି ପ୍ରସିଦ୍ଧ ଯାତ୍ରା ବିଷୟରେ ସମସ୍ତେ ପରିଚିତ । ଏହି ଯାତ୍ରା ଅବସରରେ ପୁରୀ ଯିବାକୁ ଲୋକମାନେ ପ୍ରୟାସ କରିଥାନ୍ତି । ଖାଲି ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ଏହି ଯାତ୍ରା ଧୁମଧାମରେ ପାଳନ କରାଯାଏ । ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ମାସ ଦ୍ବିତୀୟାରେ ହୋଇଥାଏ । ଗୁଜୁରାଟ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ହୋଇଥାଏ । ଗୁଜୁରାଟରେ ଥିବା ସମୟରେ ଏହି ଯାତ୍ରାରେ ପ୍ରତିବର୍ଷ ସେବାରେ ସାମିଲ ହେବାରୁ ସୌଭାଗ୍ୟ ମିଳିଥିଲା ।
ଅହମ୍ମଦାବାଦ ହେଉ କି ପୁରୀ ଭଗବାନ ଜଗନ୍ନାଥ ଏହି ଯାତ୍ରା ଜରିଆରେ ଆମକୁ ଅନେକ ମାନବୀୟ ସନ୍ଦେଶ ଦେଇଥାନ୍ତି । ପ୍ରଭୁ ଜଗନ୍ନାଥ ଜଗତର ସ୍ବାମୀ ତାଙ୍କ ଯାତ୍ରାରେ ସବୁ ବର୍ଗର ଲୋକ ସାମିଲ ହୋଇଥାନ୍ତି । ସମାଜର ସବୁ ବର୍ଗର ଲୋକଙ୍କ ସହ ଭଗବାନ ସବୁବେଳେ ଥାଆନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପ୍ରକାଶ ଥାଉ କି, ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।