ETV Bharat / city

ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଯୋଗାଣ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ: ସମୀର ମହାନ୍ତି

ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ମାଗଣା ଖାଦ୍ୟ ଶସ୍ୟ ଯୋଗାଣକୁ କ୍ରିୟାଶୀଳ କରି ଏହି ସାମଗ୍ରୀ ଲୋକଙ୍କ ପାଖରେ ଯଥା ସମୟରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି ।

author img

By

Published : Jul 2, 2020, 4:00 PM IST

PM declaration of free food supply should be implemented: sameer mohanty
ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଯୋଗାଣ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ: ସମୀର ମହାନ୍ତି

ଭୁବନେଶ୍ବର: ରାଜ୍ୟରେ କୋଭିଡ ମହାମାରୀ ପାଇଁ ଜୁଲାଇ 1ରୁ ଅନଲକ-2.0 ଆରମ୍ଭ ହୋଇଯାଇଛି । ଗତ ଜୁନ 30ରେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଏହି କ୍ରମରେ ଗତ ଗୁରୁବାର ଦିନ ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଏହି ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ଘୋଷଣା କରିଥିବା ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ ।

ଓଡ଼ିଶାର ଗରିବ ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ସଞ୍ଜୀବନି ସଦୃଶ । ଏଥିରେ ସମଗ୍ର ଦେଶର ୮୦ କୋଟି ଲୋକ ଲାଭବାନ ହେବେ ଏବଂ ଏଥିରେ ୯୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟରେ ଥିବା ସମସ୍ତ ରାସନ କାର୍ଡଧାରୀ ଏଥିରେ ଉପକୃତ ହେବେ । ଯେଉଁମାନଙ୍କ ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଯୋଗାଇ ଦେବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପ୍ରବାସୀ ଓଡ଼ିଆମାନଙ୍କୁ ରୋଜଗାର ଦେବା ପାଇଁ ଦେଶର ୧୧୬ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସମୀର ମହାନ୍ତି । ଏଥିସହ ରାଜ୍ୟ ସରକାରଙ୍କୁ ପିଡ଼ିଏସ ବ୍ୟବସ୍ଥାକୁ କ୍ରିୟାଶୀଳ କରି ଏହି ସାମଗ୍ରୀ ଲୋକଙ୍କ ପାଖରେ ଯଥା ସମୟରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.