ଭୁବନେଶ୍ବର: ଆରମ୍ଭ ହୋଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା। ବୁଧବାର ଦ୍ବିତୀୟ ଦିନରେ କଳା ଓ ବାଣିଜ୍ୟ ବିଭାଗରେ ମାତୃଭାଷା ପରୀକ୍ଷା ରହିଥିବା ବେଳେ ସାରା ରାଜ୍ୟରୁ 41 ଜଣ ପରିକ୍ଷାର୍ଥୀ ମାଲ ପ୍ରାକ୍ଟିସ (ଏମପି) ହୋଇଛନ୍ତି। ଦୁଇ ଦିନ ଭିତରେ ମୋଟ 52 ଜଣ ପରୀକ୍ଷା ଏମପି ହୋଇଛନ୍ତି।
ସାରା ଓଡିଶାରେ 1143 ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ତେବେ ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ହେଲେ ସିସିଟିଭି ହେଉ ବା ସ୍କ୍ବାଡଙ୍କୁ ଖାତିର ନକରି କପି କରି ଧରା ପଡିଛନ୍ତି 41 ଜଣ ଛାତ୍ରଛାତ୍ରୀ। ଧରାପଡିଥିବା ପରୀକ୍ଷାର୍ଥୀଙ୍କୁ ଏକ୍ସଫେଲ କରିଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷାରେ 11 ଜଣ ପରିକ୍ଷାର୍ଥୀଙ୍କୁ ଏମପି କରାଯାଇଥିବା ବେଳେ ଦ୍ବିତୀୟ ଦିନରେ କଳା ଓ ବାଣିଜ୍ୟ ବିଭାଗର ମାତୃଭାଷାରେ 41 ଜଣ ପରିକ୍ଷାର୍ଥୀଙ୍କୁ ଏମପି କରାଯାଇଛି । ଦୁଇ ଦିନ ଭିତରେ ବିଜ୍ଞାନ, କଳା ଓ ବାଣିଜ୍ୟରେ 52 ଜଣ ପରିକ୍ଷାର୍ଥୀ ଏମପି ହୋଇଛନ୍ତି।
ଚଳିତ ବର୍ଷ 3 ଲକ୍ଷ 50 ହଜାର 8ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ, କଳାରେ ପରୀକ୍ଷା ଦେଉଛନ୍ତି 2 ଲକ୍ଷ 20 ହଜାର 437 ଓ ବାଣିଜ୍ୟରେ 25 ହଜାର 785 ଜଣ ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ