ETV Bharat / city

ଏପ୍ରିଲ 28ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରସ୍ତୁତ ଛାତ୍ରଛାତ୍ରୀ - ଯୁକ୍ତ ଦୁଇ ପରୀକ୍ଷା

ଏପ୍ରିଲ 28ରୁ ଅଫଲାଇନରେ ଦ୍ବାଦଶ ବୋର୍ଡ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ହେବ ପରୀକ୍ଷା । ରାଜ୍ୟରେ ମୋଟ 3 ଲକ୍ଷ 20 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅଧିକ ପଢନ୍ତୁ

ଏପ୍ରିଲ 28ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରସ୍ତୁତ ଛାତ୍ରଛାତ୍ରୀ

author img

By

Published : Mar 17, 2022, 9:44 PM IST

ଭୁବନେଶ୍ବର : ଏପ୍ରିଲ 28ରୁ ଅଫଲାଇନରେ ଦ୍ବାଦଶ ବୋର୍ଡ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ହେବ ପରୀକ୍ଷା । ରାଜ୍ୟରେ ମୋଟ 3 ଲକ୍ଷ 20 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଏପ୍ରିଲ 28ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରସ୍ତୁତ ଛାତ୍ରଛାତ୍ରୀ

ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ହେବ ପରୀକ୍ଷା । ସକାଳ 9ଟାରୁ ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । କୋରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥା କୋହଳ କରାଯାଇଛି ।

ଦୁଇଟି ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ କରାଯିବ। ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ। ନଚେତ ବାର୍ଷିକ ପରୀକ୍ଷାର 80% ଓ କ୍ବାର୍ଟର ଏଣ୍ଡରେ 20% ଅନୁଯାୟୀ ମାର୍କିଂ ହେବ। ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ ସେଇଟି ଚୂଡ଼ାନ୍ତ ହେବ। ବାର୍ଷିକ ପରୀକ୍ଷାରେ 80% ଓ କ୍ବାର୍ଟର ଏଣ୍ଡରରେ 20% ଅନୁସାରେ ମାର୍କ ଦିଆଯିବ।

ଏହାବି ପଢନ୍ତୁ : +2 Board Exam: ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା, ୨ଟି ପଦ୍ଧତିରେ ହେବ ମୂଲ୍ୟାୟନ

ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାଟିକାଲ ପରୀକ୍ଷା କରାଯିବ। ଏପଟେ ବିଜେବି କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ କହିଛନ୍ତି ଯେ ପରୀକ୍ଷାକୁ ନେଇ ପରୀକ୍ଷା ହଲ, ସିସିଟିଭି, ଷ୍ଟ୍ରଙ୍ଗ ରୁମ ମଧ୍ୟ ପ୍ରସ୍ତୁତ ହୋଇରହିଛି। କୋଭିଡ ଗାଇଡ ଲାଇନ ଅନୁସାରେ ପରୀକ୍ଷା କରାଯିବ। ଗ୍ରୀଷ୍ମପ୍ରବାହକୁ ନେଇ ସକାଳୁଆ ପରୀକ୍ଷା କରାଯିବ ତାହା ସ୍ୱାଗତ ଯୋଗ୍ୟ ଅଟେ। ଏପଟେ ଅଫଲାଇନ ପରୀକ୍ଷାକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ।

ସୂଚନା ଅନୁଯାୟୀ, ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଘୋଷଣା ହୋଇଛି। ଏନେଇ ବିଭାଗ ପୂର୍ବରୁ ମଧ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ସ୍ଵଚ୍ଛ କରିବା ସିସିଟିଭି ଲାଗିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି। ଯେଉଁ କେନ୍ଦ୍ର ଗୁଡିକରେ ସିସିଟିଭି ନ ଲଗା ଯାଇଥିବ ସେ କେନ୍ଦ୍ର ବାତିଲ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.