ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ। 20 ଟି କେନ୍ଦ୍ର ପରିବର୍ତ୍ତନ ନେଇ ଖୁବ ଶୀଘ୍ର ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ପରୀକ୍ଷା ପରିଚାଳନା କମିଟି ସଦସ୍ୟଙ୍କ ଅସନ୍ତୋଷ ପରେ ଏପରି ନିଷ୍ପତି ନିଆଯାଇଛି । ଆସନ୍ତାକାଲି ସୁଦ୍ଧା ନୂଆ କେନ୍ଦ୍ରର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏନେଇ ରବିବାର ହୋଇଥିବା ଜରୁରୀକାଳୀନ ବୈଠକରେ ଏପରି ନିଷ୍ପତି ନିଆଯାଇଛି । ରାଜ୍ୟରେ କେତେକ କଲେଜରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ କରାଯାଉଥିବା ନେଇ ଆଭିଯୋଗ ଆସିଥିଲା। ଯାହା ଫଳରେ ଉଚ୍ଚ ଶିକ୍ଷା ପରିଷଦକୁ ଉତ୍ତର ଦେବାକୁ ପଡୁଥିଲା। ଏ-ନେଇ ଅଭିଭାବକ ମହାସଂଘ ବାରମ୍ବାର ସରକାରଙ୍କୁ ଅବଗତ କରାଉ ଥିଲେ। ଏନେଇ ପରିଷଦ କମିଟିର ସଦସ୍ୟ ଅସନ୍ତୋଷ ଜାହାରି କରିବା ସହ ଅଭିଭାବକ ମହାସଂଘ ମଧ୍ୟ ଏହାକୁ ବିରୋଧ କରିଥିଲା। ଏନେଇ ଅଚାନକ ଭାବରେ ଏ-କ ବୈଠକ ବସିଥିଲା।
ବୈଠକର ନିଷ୍ପତ୍ତି କ୍ରମେ 20 ଟି କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଛି। 1142 ଟି କେନ୍ଦ୍ର ମଧ୍ୟରୁ 20 ଟି କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଛି। ଯେଉଁ ମାନେ ପରୀକ୍ଷା କେନ୍ଦ୍ରର ଫିକ୍ସିଂରେ ସାମିଲ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ