ETV Bharat / city

CHSE Results: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର 82.10 ପ୍ରତିଶତ

author img

By

Published : Aug 8, 2022, 4:19 PM IST

Updated : Aug 8, 2022, 5:46 PM IST

ଘୋଷଣା ହେଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟାମିକ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

CHSE Results: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର: ଘୋଷଣା ହେଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । www.odisharesults.nic.inରେ ପରୀକ୍ଷା ଫଳ ଦେଖି ପାରିବେ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟାମିକ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୩୨ ଜଣ କଳା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

CHSE Results: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର 82.10 ପ୍ରତିଶତ

ଚଳିତ ବର୍ଷ ମୋଟ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ କଳାରେ ପାସ୍‌ କରିଛନ୍ତି । ୧୭୭ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । କୌଣସି ସ୍କୁଲ୍‌ରେ ବି ଶୂନ ରେଜଲ୍ଟ ହୋଇନାହିଁ । ଏହି କ୍ରମରେ ୨୮ଟି ଉଚ୍ଚମାଧ୍ୟାମିକ ସ୍କୁଲ୍‌ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ମୋଟ ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ କଳା ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ରେଜଲ୍ଟ ସମ୍ପର୍କିତ ସୂଚନା ପାଇଁ ଛାତ୍ରଛାତ୍ରୀ ୦୬୭୪୨୩୦୧୦୯୮ ହେଲ୍‌ପଲାଇନ୍‌କୁ କଲ୍‌ କରି ପାରିବେ । କଳାରେ ୬୭ ହଜାର ୭୨୮ ଛାତ୍ର ପାସ୍‌ କରିଛନ୍ତି । ଏହି କ୍ରମରେ ୧ ଲକ୍ଷ୍ୟ ୩ ହଜାର ୫୬୦ ଜଣ ଛାତ୍ରୀ ପାସ୍‌ କରିଛନ୍ତି । ମୋଟ ପାସ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪ ଜଣ ପାସ୍‌ କରିଛନ୍ତି । ସେହିଭଳି ଦ୍ବିତୀୟ ଓ ତୃତୀୟ ଶ୍ରେଣୀରେ ଯଥାକ୍ରମେ ୪୧ ହଜାର ୧୯୩ ଓ ୬୭ ହଜାର ୩୪୧ ଜଣ ପାସ୍‌ କରିଛନ୍ତି । ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ୭୫.୦୮ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୮୭.୧୦ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କଳା ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ କଳା ବିଭାଗ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସନ୍ଧ୍ୟା ୫ଟା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଉଚ୍ଚ ମାଧ୍ୟାମିକ ପରିଷଦ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ଯୁକ୍ତଦୁଇ ଫଳ ପ୍ରକାଶ କରିଛନ୍ତି ।

ଧନ୍ଦାମୂଳକ ବିଭାଗରେ ୭୦.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଏହି ବିଭାଗରେ ମୋଟ ୫ ହଜାର ୬୭୩ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୩୯୯୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୯୮୨ ଛାତ୍ର ସାମିଲ ରହିଥିବା ବେଳେ ୨୦୦୯ ଛାତ୍ରୀ ରହିଛନ୍ତି । ଏଥିରେ ମଧ୍ୟ ଛାତ୍ରୀଙ୍କ ପାସ୍‌ ହାର ଛାତ୍ରଙ୍କଠାରୁ ଅଧିକ ରହିଛି । ଛାତ୍ରୀଙ୍କ ପାସ୍‌ ହାର ୩୪.୯୪ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୩୫.୪୧ ରହିଛି । ମୋଟ ପାସ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୧୮୮୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଦ୍ବିତୀୟ ଶ୍ରେଣୀରେ ୫୩୮ ଓ ତୃତୀୟ ଶ୍ରେଣୀର ୧୬ ଜଣ ପାସ୍‌ କରିଛନ୍ତି ।

ଏହାପୂର୍ବରୁ ଗତ ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ୯୪ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ଦୁଇଟି ଢାଞ୍ଚାରେ ମୂଲ୍ୟାୟନ ହୋଇଛି ।

Last Updated : Aug 8, 2022, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.