ETV Bharat / city

ଯୁକ୍ତ ତିନି ନାମଲେଖା, ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ

author img

By

Published : Oct 22, 2020, 7:58 PM IST

ଯୁକ୍ତ ତିନି ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି । ଏଥିରେ 22ହାଜର 16 ଜଣ ଛାତ୍ରଛାତ୍ରୀ ସିଲେକ୍ସନ ହୋଇଛନ୍ତି । ଅଧିକ ପଢନ୍ତୁ..

ଯୁକ୍ତ ତିନି ନାମଲେଖା ପାଇଁ  ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ବର : 2020-21 ଏକାଡେମିକ ବର୍ଷର ଯୁକ୍ତ ତିନି ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି । ଯାଞ୍ଚ ପାଇଁ ଲିଷ୍ଟରେ ଥିବା ମୋଟ 96,515 ପିଲାଙ୍କ ମଧ୍ୟରୁ ସ୍ନାତକୋତ୍ତର ଡିଗ୍ରୀ ପାଇଁ ବିଭିନ୍ନ ଷ୍ଟ୍ରିମରେ ପାଠ୍ୟକ୍ରମରେ ଆଡମିଶନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ 22,016 ଜଣ ଚୟନ କରାଯାଇଛି ।

କଳା ବିଭାଗରେ 12 ହାଜର 69 ଜଣ, ବାଣିଜ୍ୟରେ ଏକ ହଜାର 781 ଜଣଙ୍କୁ ସିଲେକ୍ସନ କରାଯାଇଛି । ସେହିଭଳି ଫିଜିକାଲ ସାଇନ୍ସ ଷ୍ଟ୍ରିମ ପାଇଁ 4119 , ବାଇଲୋଜିକାଲ ପାଇଁ 3465, ସେଲ୍ଫ ଫାଇନାନ୍ସ ଷ୍ଟ୍ରିମ 398 , ସଂସ୍କୃତ 184 ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତେବେ ଯୁକ୍ତ 3 ର ଦ୍ବିତୀୟ ପର୍ଯ୍ୟରେ 10 ହଜାର 532 ଜଣ ଛାତ୍ର ସିଲେକ୍ସନ ହୋଇଥିବା ବେଳେ 11 ହଜାର 484 ଜଣ ଛାତ୍ରୀ ଅଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଅନୁସାରେ ବିଜେବି କଲେଜ ସହ ସବୁଠୁ ଅଧିକ କଟଅଫ ସହ ଆଗୁଆ ରହିଛି । ଏଠାରେ ଜେନେରାଲ କ୍ୟାଟେଗୋରୀ ପାଇଁ ଭୂଗୋଳରେ 89.4 ପ୍ରତିଶତ, ଏସି ପାଇଁ ଇଂରାଜୀରେ 87.60 ପ୍ରତିଶତ କଟ ଅଫ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.