ETV Bharat / city

ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ

author img

By

Published : Oct 1, 2021, 6:57 AM IST

ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା । ଆସେସମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଅଧିକ ପଢନ୍ତୁ...

ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା
ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷାଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଫଲାଇନ ପରୀକ୍ଷା । ଆସେସମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସବୁ ବିଷୟରେ ପରୀକ୍ଷା ନହୋଇ ୩ଟି ବିଭାଗର ୫୭ ଟି ବିଷୟରେ ହେବ ପରୀକ୍ଷା । ସାରା ରାଜ୍ୟରୁ ପରୀକ୍ଷା ଦେବେ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧୮୫ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୪ ଟି ସେଣ୍ଟର ହୋଇଥିବା ବେଳେ କଟକରେ ୧୨ଟି, ବାଲେଶ୍ବରରେ ୧୦ଟି ଏବଂ ରାଜଧାନୀ ଭୁବନେଶ୍ବରରେ ୩ଟି ସେଣ୍ଟର ହୋଇଛି । କଣ୍ଟାବାଞ୍ଝିରେ ଗୋଟିଏ ସ୍କୁଲରେ ସର୍ବାଧିକ ୨୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସୁନ୍ଦରଗଡ କୋଇଡାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଅନ୍ୟପଟେ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି CHSE । ସେଣ୍ଟ୍ରାଲ ସ୍କ୍ବାର୍ଡ ସହ ଜିଲ୍ଲା ସ୍ତରରେ ଅଚାନକ ଚେକିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.