ETV Bharat / city

ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ନେଇ ବର୍ଷିଲେ ଏକ୍ସରେଗୁଲାର ଛାତ୍ରଛାତ୍ରୀ

author img

By

Published : Jul 2, 2021, 6:37 PM IST

ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ନେଇ ରାଜଧାନୀରେ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ମାଟ୍ରିକ ମାର୍କ ଆଧାରରେ ସେମାନଙ୍କ ମାର୍କିଂ ପାଇଁ କଲେ ଦାବି । ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ନେଇ ବର୍ଷିଲେ ଏକ୍ସରେଗୁଲାର ଛାତ୍ରଛାତ୍ରୀ
ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ନେଇ ବର୍ଷିଲେ ଏକ୍ସରେଗୁଲାର ଛାତ୍ରଛାତ୍ରୀ

ଭୁବନେଶ୍ବର: ମାଟ୍ରିକ ମୂଲ୍ୟାୟନ ନେଇ ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଦେଖା ଦେଇଛି ଆଶଙ୍କା । ଚଳିତ ବର୍ଷର ନିୟମ ଅନୁଯାୟୀ ପୂର୍ବ ବର୍ଷର ମାଟ୍ରିକ ମୂଲ୍ୟାୟନ ଆଧାରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମାର୍କିଂ କରାଯିବ । ହେଲେ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଅଲଗା । ସେମାନେ ପୂର୍ବ ବର୍ଷର +୨ ପରୀକ୍ଷାରେ ହାସଲ କରିଥିବା ମାର୍କକୁ ନେଇ ହେବ ମୂଲ୍ୟାୟନ । ଯାହାକୁ ପ୍ରତିବାଦ କରି ଭୁବନେଶ୍ବର ଶିଶୁଭବନ ଛକରେ ଆଜି(ଶୁକ୍ରବାର) ଯୁକ୍ତ ଦୁଇ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ କହିବା କଥା, ପୂର୍ବ ବର୍ଷର +୨ ମାର୍କକୁ ନେଇ ମୂଲ୍ୟାୟନ ହେଲେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସେମାନେ ଫେଲ୍ ହେବାର ଆଶଙ୍କା ରହିଛି । ଏନେଇ ଶିକ୍ଷା ବିଭାଗ ପାତର ଅନ୍ତର ନୀତି ଆପଣାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଏଣୁ ରେଗୁଲାର ପିଲାଙ୍କ ପରି ସେମାନଙ୍କର ମଧ୍ୟ ମାଟ୍ରିକ ମାର୍କ ଆଧାରରେ ମାର୍କିଂ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏଥିସହ ଯଥାଶୀଘ୍ର ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.