ETV Bharat / city

ଆଜି ଆସିବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ - ଯୁକ୍ତ ଦୁଇ ପରୀକ୍ଷା ଫଳ

ଆଜି ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ । orissaresults.nic.in ୱେବସାଇଟରେ ରେଜଲ୍ଟ ହେବ ଉପଲବ୍ଧ । ଅଧିକ ପଢନ୍ତୁ...

ଆଜି ଆସିବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ
ଆଜି ଆସିବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ
author img

By

Published : Aug 14, 2021, 7:20 AM IST

Updated : Aug 14, 2021, 8:26 AM IST

ଭୁବନେଶ୍ବର: ଆଜି ଆସିବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ । orissaresults.nic.in ୱେବସାଇଟରେ ପ୍ରକାଶ ପାଇବ ଫଳ । ଆଜି ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ସୂଚନା ମିଳିଛି ।

ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଫଳାଫଳ ପ୍ରକାଶ ପାଇ ଥିବାବେଳେ ଆଜି କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ କଳାରେ 2 ଲକ୍ଷ ଏବଂ ଧନ୍ଦାମୂଳକରେ 4 ହଜାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । CHSEର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ ।

କଳା ଓ ଧନ୍ଦାମୂଳକ ବିଭାଗରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିବାରୁ ମୂଲ୍ୟାୟନ ପାଇଁ ଅଧିକ ସମୟ ମାଗିଥିଲା ବିଭାଗ । ସେହିପରି କୋରୋନା ପାଇଁ ପରୀକ୍ଷା ବାତିଲ୍ କରାଯାଇ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଫଳ ପ୍ରକାଶ ପାଇବ । ତେବେ ଏଥର ବିନା ପରୀକ୍ଷାରେ ପୂର୍ବ ପ୍ରଦର୍ଶନ ଅନୁଯାୟୀ ଅର୍ଥାତ୍ ଦଶମ ଶ୍ରେଣୀର ପ୍ରଦର୍ଶନ ଅନୁଯାୟୀ ମାର୍କ ଦିଆଯିବ ।

ପରୀକ୍ଷା ଫଳ ପ୍ରକାଶ ପ୍ରାଥମିକ ପର୍ଯ୍ୟାୟରେ ଜୁଲାଇ 31 ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2021, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.