ETV Bharat / city

ବିଏମସିର ଚଢାଉ, ବିପୁଳ ପରିମାଣର ପ୍ଲାଷ୍ଟିକ ଓ ପଲିଥିନ ଜବତ

ଭୁବନେଶ୍ବରର ଆଇଁଗିଣିଆ ଆଳୁ ଗଦି ମାର୍କେଟ ଅଞ୍ଚଳରେ ଚଢ଼ାଉ କରିଛି ବିଏମସି । ଯେଉଁଥିରେ ପାଖାପାଖି ୨ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଓ ପଲିଥିନ ଜବତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିପୁଳ ପରିମାଣର ପ୍ଲାଷ୍ଟିକ ଓ ପଲିଥିନ ଜବତ
ବିପୁଳ ପରିମାଣର ପ୍ଲାଷ୍ଟିକ ଓ ପଲିଥିନ ଜବତ
author img

By

Published : Jan 11, 2021, 7:40 PM IST

ଭୁବନେଶ୍ବର: ଜବତ ହେଲା ବିପୁଳ ପରିମାଣର ପାଷ୍ଟିକ ଓ ପଲିଥିନ । ଭୁବନେଶ୍ବରର ଆଇଁଗିଣିଆ ଆଳୁ ଗଦି ମାର୍କେଟ ଅଞ୍ଚଳରେ ଚଢ଼ାଉ କରିଛି ବିଏମସି । ଯେଉଁଥିରେ ପାଖାପାଖି ୨ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଓ ପଲିଥିନ ଜବତ ହୋଇଥିବା ଜଣାପଡିଛି ।

ବିପୁଳ ପରିମାଣର ପ୍ଲାଷ୍ଟିକ ଓ ପଲିଥିନ ଜବତ

ବିଏମସି ପକ୍ଷରୁ ସାହୁ ଟ୍ରେଡ଼ର୍ସରେ ଚଢ଼ାଉ ବେଳେ ଏହି ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନ ଜହତ ହୋଇଛି । ଏହାସହ ନିଷିଦ୍ଧ ହୋଇଥିବା ସାମଗ୍ରୀକୁ ଗଚ୍ଛିତ ଓ ବିକ୍ରିବଟା କରୁଥିବା ଅଭିଯୋଗରେ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି।

ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ଓ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚଳିତ ମାସରେ ପ୍ରାୟ ୩ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.