ETV Bharat / city

ଜାନୁଆରୀ ୮ରୁ ଅନଲାଇନରେ ପ୍ଲାନେଟୋରିୟମ ‘ସୋ’ ଓ ଆଲୋଚନାଚକ୍ର

ପ୍ରତିଷ୍ଠା ଦିବସରୁ ଅନଲାଇନ କାର୍ଯ୍ୟକ୍ରମ କରିବାକୁ ଯାଉଛି ଭୁବନେଶ୍ବର ସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମ । ଜାନୁଆରୀ 8 ରୁ 17 ତାରିଖ ପର୍ଯ୍ୟନ୍ତ ରେ ଅନଲାଇନ ହେବ ‘ସୋ’ ଓ ଆଲୋଚନାଚକ୍ର । ଅଧିକ ପଢନ୍ତୁ...

author img

By

Published : Jan 6, 2021, 9:14 AM IST

ଅନଲାଇନରେ ପ୍ଲାନେଟୋରିୟମ ‘ସୋ’ ଓ ଆଲୋଚନାଚକ୍ର
ଅନଲାଇନରେ ପ୍ଲାନେଟୋରିୟମ ‘ସୋ’ ଓ ଆଲୋଚନାଚକ୍ର

ଭୁବନେଶ୍ବର : ଚଳିତବର୍ଷ 31 ବର୍ଷରେ ପାଦ ଥାପିବ ପଠାଣିସାମନ୍ତ ପ୍ଲାନେଟୋରିୟମ । 1990 ମସିହା ଜାନୁଆରୀ 8 ତାରିଖରେ ପଠାଣିସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠା ହୋଇଥିଲା । ଶୁକ୍ରବାର ପ୍ରତିଷ୍ଠା ଦିବସ ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବ । କୋରୋନା ମହାମାରୀ ସମୟରେ ପ୍ଲାନେଟୋରିୟମର ଭର୍ଚୁଆଲ ଟୁର ଅଫ କସମସ ନାମକ ଏକ ଅନଲାଇନ କାର୍ଯ୍ୟକ୍ରମ କରିବ ।

ଅନଲାଇନରେ ପ୍ଲାନେଟୋରିୟମ ‘ସୋ’ ଓ ଆଲୋଚନାଚକ୍ର

ଜାନୁଆରୀ ୮ ରୁ ୧୭ ତାରିଖ ଯାଏଁ ପ୍ରତିଦିନ ଅପରାହ୍ନ ୪ଟାରେ ଦେଶର ବିଭିନ୍ନ ପ୍ଲାନେଟୋରିୟମର ନିର୍ଦ୍ଦେଶକ ତଥା ବୈଜ୍ଞାନିକମାନେ ବିଶ୍ବ ବିଷୟରେ ଆଲୋଚନା କରିବେ । ଏହା ସହ ସେମାନେ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଜନସାଧାରଣଙ୍କର ପ୍ରଶ୍ନର ଉତ୍ତର ଦେବେ । ପ୍ରତିଦିନ ସନ୍ଧ୍ୟା ୬ଟା ସମୟରେ ଗୋଟିଏ ପ୍ଲାନେଟୋରିୟମ ‘ସୋ’ ପରିବେଷଣ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମ ‘ଅନ୍‌ଲାଇନ୍’ରେ ଉପଲବ୍ଧ ହେବ ।

ଆଲୋଚନା ତଥା ପ୍ଲାନେଟୋରିୟମ ‘ସୋ’ ୟୁଟ୍ୟୁବରେ ସିଧାସଳଖ ଦେଖି ପାରିବେ । ଏଥିରେ ଭାଗ ନେବାକୁ ପାଖାପାଖି ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ପଞ୍ଜିକରଣ କରିସାରିଲେଣି । ଜାନୁଆରୀ ୮ ତାରିଖ ଦିନ ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ ପ୍ଲାନେଟୋରିୟମର ଅଧ୍ୟକ୍ଷ ତଥା ବିଜ୍ଞାନ ଓ କାରିଗରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ ।

ପ୍ରଥମ ଦିନ କୋଲକାତା ପ୍ଲାନେଟୋରିୟମର ନିର୍ଦ୍ଦେଶକ ଡ.ଦେବୀପ୍ରସାଦ ଦୁଆରି ‘ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତି-ପଦାର୍ଥବିଜ୍ଞାନରେ ଆହ୍ବାନ’ (Challenges in Astronomy and Astrophysics) ବିଷୟରେ ଆଲୋଚନା କରିବେ । ସନ୍ଧ୍ୟା ୬ଟା ସମୟରେ ବିଶ୍ବର ଜୀବନ ଚରିତ” (Biography of the Universe) ନାମକ ପ୍ଲାନେଟୋରିୟମ ‘ସୋ’ ପରିବେଷଣ କରାଯିବ । ସେହିପରି ପରବର୍ତ୍ତୀ ଦିନଗୁଡିକରେ ଏକ ନୂଆ ବିଷୟରେ ଆଲୋଚନା ତଥା ଅଲଗା ପ୍ଲାନେଟୋରିୟମ ‘ସୋ’ ପରିବେଷଣ କରାଯିବ । କାର୍ଯ୍ୟକ୍ରମର ସୁଚି ତଥା ପଞ୍ଜିକରଣ କରିବା ବିଷୟରେ ଜାଣିବା ପାଇଁ ୯୪୩୭୦୦୩୨୮୨ ଫୋନ୍‌ଙ୍କୁ ହ୍ବାଟ ଆପ୍‌ ରେ ଅନୁରୋଧ କରିବାକୁ ପ୍ଲାନେଟୋରିୟମ ତରଫରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.