ETV Bharat / city

ଅଜିତ ମଙ୍ଗରାଜଙ୍କୁ କୋରୋନା

author img

By

Published : Apr 10, 2021, 1:12 PM IST

Updated : Apr 10, 2021, 2:28 PM IST

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅଜିତ । ଅଜିତ ଏବେ ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

Pipili Congress candidate Ajit Mangraj  covid19 positive
ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କୋରୋନା

ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ସେନାପତି ଆହତ । ଆମେ କହୁଛୁ ପିପିଲି ଉପ ନିର୍ବାଚନ କଥା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅଜିତ । ଅଜିତ ଏବେ ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି । ସଂକ୍ରମଣ ବଢି ଚାଲିଥିବା ବେଳେ ପିପିଲିରେ ଉପନିର୍ବାଚନ ପ୍ରକ୍ରିୟା ଜାରୀ ରହିଛି । ବିଭିନ୍ନ ଦଳର ଶୋଭାଯାତ୍ରା, ସମାବେଶରେ କୋରୋନା କାୟା ବିସ୍ତାର କରିବାର ଆଶଙ୍କା ସୃଷ୍ଟି ହୋଇଛି । କାହିଁକି ନା, ଏହାରି ଭିତରେ ଖବର ଆସିଛି ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କିଛିଦିନ ପୂର୍ବରୁ ପ୍ରଚାର ସମୟରେ ଅଜିତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡେଲାଙ୍ଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ତୁରନ୍ତ ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେ କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ଫେସବୁକରେ ପୋଷ୍ଟ କରିଛନ୍ତି ।

ଅଜିତଙ୍କ ସହ ତାଙ୍କର ଅନେକ ସହଯୋଗୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ଅନୁମାନ କରାଯାଉଛି । ଅଜିତଙ୍କ କ୍ଲୋଜ କଣ୍ଟାକ୍ଟରେ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଇସୋଲେସନରେ ଅଛନ୍ତି ।

ଆସନ୍ତା ୧୧ରେ ଭୁବନେଶ୍ୱର ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲାକୁମାର । ୧୨ରେ ସେ ପିପିଲିରେ ପ୍ରଚାର କରିବେ ବୋଲି ସ୍ଥିର ହୋଇଛି । ନିର୍ବାଚନ ପାଇଁ ଆଉ ୭ ଦିନ ହାତରେ ରହିଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖିଲେ ନିଜେ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇପାରିବେ ନାହିଁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 10, 2021, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.