ETV Bharat / city

ଟିକିଏ ଖୁସି ନାମରେ ଅଜସ୍ର ଖୁସି ବାଣ୍ଟୁଛନ୍ତି ଫଟୋଗ୍ରାଫର ରଞ୍ଜନ - ଟିକିଏ ଖୁସି ଫଟୋ ପ୍ରଦର୍ଶନୀ ନ୍ୟୁଜ

'ଟିକିଏ ଖୁସି' ନାମରେ ଅଜସ୍ର ଖୁସି ବାଣ୍ଟୁଛନ୍ତି ଭଦ୍ରକର ରଞ୍ଜନ କୁମାର ପାତ୍ର । ଅନେକ ଅଜଣା ବ୍ଯକ୍ତିଙ୍କ ଅକୁହା ଚିତ୍ରକୁ କ୍ୟାମେରାରେ ତୋଳି ଧରି ସେହି ବ୍ୟକ୍ତିଙ୍କୁ ଦେଉଛନ୍ତି ଉପହାର, ଯାହା ଏବେ ଫଟୋ ପ୍ରଦର୍ଶନୀରେ ପରିଣତ ହୋଇଛି । ଅଧିକ ପଢନ୍ତୁ

ଟିକିଏ ଖୁସି ନାମରେ ଅଜସ୍ର ଖୁସି ବାଣ୍ଟୁଛନ୍ତି ଫଟୋଗ୍ରାଫର ରଞ୍ଜନ

author img

By

Published : May 31, 2022, 6:50 PM IST

ଭୁବନେଶ୍ବର: କୁହାଯାଏ ଦେବାରେ ଯେଉଁ ଆନନ୍ଦ ଥାଏ ନେବାରେ ନଥାଏ । ଆଉ ସେହି ଆନନ୍ଦ ବା ଖୁସି ଯଦି କାହା ମୁହଁରେ ଟିକିଏ ହସ ଫୁଟାଇବା କଥା ହୁଏ ତାହା ଅବିସ୍ମରଣୀୟ ହୋଇ ରହିଯାଏ । ସେଭଳି କିଛି ଖୁସିର ଖୋରାକକୁ 'ଫଟୋ ବି ଅନେକ କଥା କୁହେ' ଶୀର୍ଷକକୁ ନେଇ 'ଟିକିଏ ଖୁସି'ର ଫଟୋ ପ୍ରଦର୍ଶନୀ ହୋଇଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଏହି ଫଟୋ ପ୍ରଦର୍ଶନୀ କରାଯାଇଛି ।

ଟିକିଏ ଖୁସି ନାମରେ ଅଜସ୍ର ଖୁସି ବାଣ୍ଟୁଛନ୍ତି ଫଟୋଗ୍ରାଫର ରଞ୍ଜନ

ତେବେ ମଣିଷ ହେଉ କି ପଶୁ, ସମସ୍ତଙ୍କ ଜୀବନରେ ହିଁ ଆସିଥାଏ ଖୁସିର ମୁହୂର୍ତ୍ତ । ଆଉ ସେହି ମୂହୁର୍ତ୍ତକୁ କ୍ୟାମେରା ଲେନସରେ ତୋଳି ଧରି ନିଆରା ଖୁସି ସାଉଁଟୁଛନ୍ତି ଶିକ୍ଷକ ରଞ୍ଜନ କୁମାର ପାତ୍ର । ଯିଏ ପେଶାରେ ଜଣେ ଯୋଗ ଶିକ୍ଷକ ହୋଇଥିଲେ ମଧ୍ୟ ନିଶାରେ ଜଣେ ଫଟୋଗ୍ରାଫର । ଏହି ଫଟୋଗ୍ରାଫି ପାଇଁ ତାଙ୍କ ସୃଜନଶୀଳତା ଦେଇଛି ଅନେକଙ୍କ ମୁହଁରେ ଖୁସି । ଗୋଟିଏ ଫଟୋ ଅନେକ କଥା କହୁ ଥିବାବେଳେ ସେ ଅଜଣା ବ୍ୟକ୍ତିଙ୍କ ମୁହଁରେ ଟିକିଏ ହସ ଦେବାପାଇଁ ଉଠେଇଥିବା ୧୫୦ ଫଟୋକୁ ନେଇ କରିଛନ୍ତି ଫଟୋ ପ୍ରଦର୍ଶନୀ ।

କଳାହାଣ୍ଡିରେ ପ୍ରଥମକରି ୨୦୨୦ ମସିହାରେ ମିନୁ ଶବରଙ୍କ ଠାରୁ ଅନୁମତି ନେଇ କୁକୁଡ଼ାଟିଏ ତା ଛୁଆକୁ ଖୁଦ ଦେବାର ଫଟୋ ଉଠାଇଥିଲା । କିଛିଦିନ ପରେ ଫଟୋଟିକୁ ଫ୍ରେମ କରି ମିନୁ ଶବରଙ୍କୁ ପଠାଇଥିଲେ । ମିନୁ ଏହି ଫଟୋଟିକୁ ଦେଖୁ ଦେଖୁ ଖୁସି ହୋଇଯାଇଥିଲେ । ସେହି ଖୁସିରୁ ହିଁ ଆରମ୍ଭ ହୋଇଥିଲା ଖୁସି ବାଣ୍ଟୁଥିବା ଅନୁଷ୍ଠାନ 'ଟିକିଏ ଖୁସି' । ସେହିଦିନ ଠାରୁ ରଞ୍ଜନ ଏମିତି ଅନେକ ଅଜଣା ଅକୁହା ଚିତ୍ରକୁ ନିଜ କ୍ୟାମେରା ଫ୍ରେମରେ ତୋଳି ଧରନ୍ତି । ପୁଣି ସେସବୁ ଫଟୋକୁ ଫ୍ରେମ କରି ସେହି ବ୍ଯକ୍ତିଙ୍କୁ ଦିଅନ୍ତି ।

'ଟିକିଏ ଖୁସି' ନାମରେ ନାମିତ ହୋଇଥିବା ରଞ୍ଜନଙ୍କ ଅନେକ ଫଟୋ ତାଙ୍କୁ ପୁରସ୍କାର ଆଣିଦେଇଛି । ଏଭଳି ଖୁସି ବାଣ୍ଟି ଆଉ ଅଜଣା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ । ତାଙ୍କର ଏହି ଫଟୋ ପ୍ରଦର୍ଶନୀକୁ ଲୋକେ ବୁଲି ଦେଖିବା ସହ ଅନେକ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସିତ କରୁଛନ୍ତି । ରଞ୍ଜନଙ୍କ ଏହି ପ୍ରୟାସକୁ ଦେଖିଲେ ଗୋଟିଏ କଥା କୁହାଯାଇପାରେ ଅନ୍ଯକୁ ଖୁସି ବାଣ୍ଟୁଥିବା ଏହି କଠିନ ପ୍ରକ୍ରିୟାରେ ଦୁନିଆ ଭିଡ ଭିତରେ ସେ ବାନ୍ଧିଛନ୍ତି ଏକ ଅଭିନବ ପ୍ରୟାସ । ତେଣୁ ଫଟୋ ମାଧ୍ୟମରେ ଖୁସି ବାଣ୍ଟି ଅଜଣା, ଅପରିଚିତଙ୍କ ଠୁ ନେଇ ପରିଚିତ ଲୋକଙ୍କ ପାଖରେ ରଞ୍ଜନ ଏବେ ଖୁବ୍ ପ୍ରିୟ । ତାଙ୍କ ଘର ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ସେ ଏବେ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.