ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ, ୧୫ରୁ ନାମଲେଖା ପ୍ରକ୍ରିୟା

author img

By

Published : Sep 12, 2022, 6:52 PM IST

Updated : Sep 12, 2022, 7:33 PM IST

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏଥିଲାଗି ଆସନ୍ତା ୧୫ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ, ୧୫ରୁ ନାମଲେଖା ପ୍ରକ୍ରିୟା
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ, ୧୫ରୁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଏନେଇ କ୍ୟାପିଟାଲ ହସ୍ପିଟାଲର ୬ଟି ବିଭାଗକୁ ମିଳିଲା ନାମଲେଖା ଅନୁମତି । ପ୍ରଥମ ପର୍ଯ୍ୟାୟରେ ୨୪ଟି ସିଟ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୫ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏ ନେଇ ପିଜିଆଇର ନିର୍ଦ୍ଦେଶିକା ନିବେଦିତା ପାଣି ସୂଚନା ଦେଇଛନ୍ତି ।

୨୪ଟି ସିଟ ମଧ୍ୟରୁ ମେଡିସିନ ବିଭାଗରେ ୫ଟି ସିଟ, ସର୍ଜରୀ ବିଭାଗରେ ୫ଟି, ଅସ୍ଥି ଶଲ୍ୟ ବିଭାଗରେ ୨ଟି, ଶିଶୁ ରୋଗ ବିଭାଗ ପାଇଁ ୪ଟି, ଶ୍ବାସରୋଗ ବିଭାଗ ପାଇଁ ୩ଟି, ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ୫ଟି ସିଟ ପ୍ରଥମ ପର୍ଯ୍ୟାୟରେ ଅନୁମତି ମିଳିଛି । ଅନ୍ୟପଟେ ଆସନ୍ତା ବର୍ଷ ଠାରୁ ବାକି ସମସ୍ତ ବିଭାଗରେ ନାମ ଲେଖାଇବା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ଏହି ପାଠ୍ୟକ୍ରମ ପାଇଁ ପୂର୍ବରୁ ପିଜିଆଇ ପାଇଁ ହସ୍ପିଟାଲରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟଙ୍କ ସହ ମୋଟ ୭୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇଥିଲା ।

ଏହା ବି ପଢନ୍ତୁ- ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅଭିଭାବକ ମହାସଂଘର ଆମରଣ ଅନଶନ

୬ଟି ବିଭାଗରେ ଲ୍ୟାବ ସହ ପିଜି ପାଇଁ ଜରୁରୀ ବ୍ୟବସ୍ଥ‌ା ରହିଥିବା ବିଭାଗ ଗୁଡ଼ିକରେ ଆରମ୍ଭ କରାଯାଇଥିଲା । ଏପଟେ କ୍ୟାପିଟାଲ ହସ୍ପିଟାଲର ପିଜିଆଇ ର ନିର୍ଦ୍ଦେଶିକା ନିବେଦିତା ପାଣି କହିଛନ୍ତି, "ପିଜିଆଇ ପାଇଁ ଖୁବ କମ ଦିନ ମଧ୍ୟରେ ୬ଟି ବିଭାଗରେ ୨୪ଟି ସିଟ ନିମନ୍ତେ ପିଜିରେ ନାମଲେଖା ପାଇଁ ଅନୁମତି ମିଳିଛି । ସେଥିମଧ୍ୟରୁ ୫୦ ପ୍ରତିଶତ କେନ୍ଦ୍ରୀୟ କୋଟା ଏବଂ ୫୦ ପ୍ରତିଶତ ରାଜ୍ୟ କୋଟା ରହିବ । ପିଲାଙ୍କର କାଉନ୍ସେଲିଂ ସେପ୍ଟେମ୍ବର ୧୫ ରୁ ଆରମ୍ଭ ହେବ।"

ଅକ୍ଟୋବର ୧୫ ତାରିଖ ସୁଧା ପିଲା ମାନେ ଆଡମିଶନ ହେବାର ସମ୍ଭାବନା ରହିଛି । ସମସ୍ତ ଭିତ୍ତିଭୂମି ସଜାଡ଼ିବା ଏକ ପ୍ରକାରର କଷ୍ଟଦାୟକ ଥିଲା । ବର୍ତ୍ତମାନ ହସ୍ପିଟାଲରେ ପିଜିଆଇ ପାଇଁ ଶ୍ରେଣୀଗୃହ, ହଷ୍ଟେଲ ଆଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରଥମ ବ୍ୟାଚ୍ ପିଲା ମାନଙ୍କ ପାଠପଢ଼ା‌ରେ କୌଣସି ଅସୁବିଧା ନ ରହିବା ସହ ସେମାନଙ୍କର ରହିବା ଖାଇବା ଆଦି ଯେଭଳି ଭାବରେ ଅସୁବିଧା ନ ହୁଏ ସେଥିପ୍ରତି ଆମେ ସଜାଗ ରହିଛୁ ବୋଲି କହିଛନ୍ତି ନିର୍ଦ୍ଦେଶିକା ନିବେଦିତା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.