ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟର ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାରର ମେଡିକାଲ କଲେଜରେ ଯୋଜନା କରୁଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲରେ ଏକ ଉଚ୍ଚସ୍ତରୀୟ କମିଟି ରହିଛି । ସେହି କମିଟି ଅନୁସାରେ ଟେଣ୍ଡର ଫାଇନାଲ୍ ହୋଇସାରିଛି । 242 କୋଟି ଟଙ୍କାର କାମ ନେଇଛି LNT କମ୍ପାନୀ । ପିଜିରେ 15ଟି ବିଷୟରେ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହାସହ ହଷ୍ଟେଲ ଏକାଡେମୀକ ବ୍ଳକ ମଧ୍ୟ ପ୍ରସ୍ତୁତ କରାଯିବ ।
2022-23 ବର୍ଷ ମଧ୍ୟରେ ପ୍ରଥମ ବ୍ୟାଚ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଶା କରାଯାଉଛି । କିନ୍ତୁ ଆନୁଷଙ୍ଗିକ ଭାବରେ କାମ କରିଲେ ଆସନ୍ତା ବର୍ଷ ଠାରୁ ମଧ୍ୟ ଏକାଡେମିକ ସେସନ ଆରମ୍ଭ ହୋଇପାରିବ। ଏଥିରୁ ଦିଲ୍ଲୀ ମେଡିକାଲ କାଉନସିଲ ତରଫରୁ ମଧ୍ୟ ଅନୁମତି ମିଳିସାରିଛି । ବାକି କାମ ଯେତିକି ଶୀଘ୍ର କରାଯିବ । ସେହି ଅନୁସାରେ ଅଗ୍ରସର ହେବ। ଯେଉଁ ସ୍ଥାନରେ କରାଯିବ ସେହି ସ୍ଥାନରେ ଅନେକ ଜମିକୁ ଉଚ୍ଛେଦ କରିବାକୁ ପଡିବ। ଯଥା ମେଡ଼ିସିନ ଷ୍ଟୋର, ସରକାରୀ ଘର ଆଦି ରହିଛି। ସେଠାରେ ମଧ୍ୟ କିଛି ବସ୍ତି ରହିଛି। ତାହାକୁ ଅନ୍ୟତ୍ର ଥଇଥାନ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଖୁବଶୀଘ୍ର ଏହା ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ଏପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ କରାଯାଉଛି । ପ୍ରାଥମିକ ଷ୍ଟେଜରେ ରହିଛି । ଆଶା କରାଯାଉଛି ଖୁବଶୀଘ୍ର କରାଯିବ । ରାଜ୍ୟର ଏକ ସରକାରୀ ହସ୍ପିଟାଲ ଭାବରେ କ୍ୟାପିଟାଲ ହସ୍ପିଟାଲ ଅନ୍ୟତମ । କ୍ୟାପିଟାଲ ଉପରେ ଅନେକ ଜିଲ୍ଲାର ରୋଗୀ ମାନେ ନିର୍ଭର କରନ୍ତି । ଯେପରି କି ନୟାଗଡ ପୁରୀ ,ଖୋର୍ଦ୍ଧା ପରି ଅନେକ ଜିଲ୍ଲାର ରୋଗୀମାନେ ଆସନ୍ତି। ହସ୍ପିଟାଲକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ କରାଇବା ପାଇଁ ସରକାର ଏନେଇ ତତ୍ପରତା ଦେଖାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ