ETV Bharat / city

ଓୟୋରୁମରୁ ପେଟ୍ରୋଲ ଟାଙ୍କି ମାଲିକଙ୍କ ପୁଅର ମୃତଦେହ ଉଦ୍ଧାର

author img

By

Published : Mar 24, 2021, 3:56 PM IST

ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରର ଏକ ଓୟୋ ରୁମରୁ କଟକ ଓଏମପିର ପେଟ୍ରୋଲ ଟାଙ୍କି ମାଲିକ ଅମୁଲ୍ୟ ନାୟକଙ୍କ ପୁଅ ଅଭିଶେକ ନାୟକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି କମିଶନରେଟ ପୋଲିସ। ଅଧିକ ପଢନ୍ତୁ...

ପେଟ୍ରୋଲ ଟାଙ୍କି ମାଲିକଙ୍କ ପୁଅ ମୃତଦେହ ଉଦ୍ଧାର

ଭୁବନେଶ୍ବର: ହୋଟେଲ ରୁମରେ ପେଟ୍ରୋଲ ଟାଙ୍କି ମାଲିକଙ୍କ ପୁଅର ମୃତଦେହ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରର ଏକ ଓୟୋ ରୁମରୁ କଟକ ଓଏମପିର ପେଟ୍ରୋଲ ଟାଙ୍କି ମାଲିକ ଅମୁଲ୍ୟ ନାୟକଙ୍କ ପୁଅ ଅଭିଶେକ ନାୟକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରିଛି କମିଶନରେଟ ପୋଲିସ।

ଘର ଲୋକଙ୍କ କହିବା ଅନୁସାରେ, ଅଭିଶେକ +3 ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ସେ ସେୟାର ମାର୍କେଟ ଟ୍ରେଡିଂ ବ୍ୟବସାୟ ମଧ୍ୟ କରୁଥିଲେ । ସୋମବାର ସନ୍ଧ୍ୟାରୁ ଅଭିଶେକ କଟକରୁ ଭୁବନେଶ୍ବର ଆସିଥିଲେ ।

ତେବେ କେଉଁ କାରଣରୁ ସେ ଭୁବନେଶ୍ବରର ଏକ ଗେଷ୍ଟହାଉସକୁ ଯାଇଥିଲେ । କୌଣସି ବ୍ୟବସାୟ ସକ୍ରାନ୍ତିୟ ନା ଅନ୍ୟ କୌଣସି କାରଣ। ତାଙ୍କ ସହ ଆଉ କିଏ ଥିଲେ। ତାଙ୍କୁ କିଏ ଡକାଇଥିଲେ। ଶେଷ ଫୋନ କଲ କାହାର ଥିଲା । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇ ପଠାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.