ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ବି ରାଜ୍ୟରେ ଚାଲିବ +୨ ମୂଲ୍ୟାୟନ । ମୂଲ୍ୟାୟନ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଥିବା ସୂଚନା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଜଣାଇଲା ଗଣଶିକ୍ଷା ବିଭାଗ । ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ CHSE ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ।
ଲକଡାଉନ୍ ସମୟରେ +2 ଖାତା ଦେଖିବାକୁ ଅନୁମତି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖାଯିବ ନା ନାହିଁ ତାକୁ ନେଇ ସମସ୍ତ ଅଧ୍ୟାପକ ଦ୍ଵନ୍ଦରେ ରହିଛନ୍ତି। ଲକଡାଉନ ସମୟରେ ସ୍ୱଳ୍ପ ଅଧ୍ୟାପକରେ ମୂଲ୍ୟାୟନ ପ୍ରଭାବିତ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ା ଯାଇଥିଲା।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ