ETV Bharat / city

Odisha Flood: 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ, 34702 ହେକ୍ଟର ଚାଷ ଜମି ଜଳମଗ୍ନ - ସଜାଗ ରହିବାକୁ ରହିଛି ପରାମର୍ଶ

12 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 64 ବ୍ଲକର 1757 ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ଅଧିକ ପଢ଼ନ୍ତୁ

ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମୁଛି, ସଜାଗ ରହିବାକୁ ରହିଛି ପରାମର୍ଶ

author img

By

Published : Aug 17, 2022, 9:11 PM IST

Updated : Aug 17, 2022, 9:35 PM IST

ଭୁବନେଶ୍ବର: ବନ୍ୟା ଯୋଗୁଁ ରାଜ୍ୟର ସ୍ଥିତି ବେହାଲ ରହିଛି । 12 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 64 ବ୍ଲକର 1757 ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ତେବେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ଏହାରି ବନ୍ୟାସ୍ଥିତିକୁ ନେଇ ପ୍ରେସ୍‌ମିଟ୍‌ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । କଟକ ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମିବାରେ ଲାଗିଛ । ବୁଧବାର ରାତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମୁଛି, ସଜାଗ ରହିବାକୁ ରହିଛି ପରାମର୍ଶ

କମୁଛି ପିକ୍‌ ଫ୍ଲୋ'

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପିକ୍‌ ଫ୍ଲୋ' ଧୀରେଧୀରେ କମିବାରେ ଲାଗିଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହଛନ୍ତି, "ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ୬୭ ହଜାର ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବୁଧବାର ସକାଳେ 12 ଲକ୍ଷ 1 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ସନ୍ଧ୍ୟା 7ଟାରେ 10 ଲକ୍ଷ 49 ହଜାର ହୋଇଥିଲା । ରାତି 9ଟାରେ ପ୍ରାୟ 10 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଏହା 9 ଲକ୍ଷ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ହୀରାକୁଦରେ ଆସନ୍ତାକାଲି(ଗୁରୁବାର) ଆଉକିଛି ଗେଟ୍ ଖୋଲିବା ସମ୍ଭାବନା ରହିଛି । ତେଣୁ ଜଳସ୍ତର ବଢ଼ିବ ।"

4 ଜିଲ୍ଲା ବିଶେଷ ପ୍ରଭାବିତ

ବର୍ତ୍ତମାନ ରାଜ୍ୟରେ 4 ଜିଲ୍ଳାରେ ବନ୍ୟା ପିକ୍‌ରେ ରହିଛି । କେନ୍ଦ୍ରପଡ଼, ଜଗତସିଂହପୁର, କଟକ, ପୁରୀର ତଳିଆ ଅଞ୍ଚଳ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ବୁଧବାର ରାତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବୁଧବାର ସୁଦ୍ଧା 197 ଘଳିଆ ବନ୍ଦ କରାଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପାନୀୟ ଦିଆଯାଉଛି । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଲିଥିନ ଗଚ୍ଛିତ ଅଛି ।

ଦିଆଯାଉଛି ରନ୍ଧାଖାଦ୍ୟ

ବୁଧବାର ସକାଳୁ ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଇକା ନଦୀର କାଠକୋଟଠାରେ ଘାଇ ହୋଇଛି । ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି । ଆକଳନ ମୁତାବକ ବନ୍ୟାରେ 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 2 ଲକ୍ଷ 50 ହଜାର ଲୋକେ ଜଳବନ୍ଦୀ ଅଛନ୍ତି । 60 ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । 425 ଗାଁ ଜଳବନ୍ଦୀ ହୋଇଛି ।

ଆକଳନ ହେବ ଚାଷ କ୍ଷୟକ୍ଷତି

ପାଣି ଛାଡିବାର 48 ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ । ଏବେ ହୀରାକୁଦ ଡ୍ୟାମ୍‌ରେ 626.14 ଫୁଟ୍ ପାଣି ଅଛି । ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ 5 ଲକ୍ଷ 80 ହଜାର 640 ଏବଂ ଆଉଟଫ୍ଲୋ 6 ଲକ୍ଷ 69 ହଜାର 295 ରହିଛି । ଏବେ 40 ଟି ଗେଟ୍ ଖୋଲା ରହିବ । କାଲିଠୁ ବର୍ଷା ସମ୍ଭାବନା ଥିବାରୁ ବର୍ଷା ପରେ ହୀରାକୁଦରେ ଜଳସ୍ତର 622 ଫୁଟ୍ ରଖିବାକୁ ଲକ୍ଷ୍ୟ ରଖାଯାଇଛି ।

Last Updated : Aug 17, 2022, 9:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.