ETV Bharat / city

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, 9ମିନିଟ ପାଇଁ ସାରା ରାଜ୍ୟରେ ଜଳିଲା ସଂକଳ୍ପର ଦୀପ

9 ମିନିଟ ପର୍ଯ୍ୟନ୍ତ ଦୀପ ଜାଳି ଦେଶବାସୀ ଏକାଗ୍ରତା ଓ ଏକତାର ପରିଚୟ ଦେଇଛନ୍ତି । ଏହାର ପ୍ରଭାବ ସାରା ରାଜ୍ୟରେ ମଧ୍ୟ ପଡିଛି । ପ୍ରତିଟି ନାଗରିକ ନିଜ ଘର ଆଗରେ ଓ ଛାତ ଉପରେ ଥାଇ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ ।

People of odisha lightened diya, lightening of diya in odisha, odisha latest news, pm narendra modi, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାବାସୀଙ୍କ ଦୀପଦାନ, ଓଡିଶାରେ ଜଳିଲା ସଂକଳ୍ପର ଦୀପ, ଓଡିଶା ଲାଟେଷ୍ଟ ନ୍ୟୁଜ୍‌
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, 9ମିନିଟ ପାଇଁ ସାରା ରାଜ୍ୟରେ ଜଳିଳା ସଂକଳ୍ପର ଦୀପ
author img

By

Published : Apr 6, 2020, 12:13 AM IST

Updated : Apr 6, 2020, 10:05 AM IST

ନୂଆପଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଦେଶବାସୀ ରାତି 9ଟାରେ ଦୀପ ଜାଳିଥିବା ଦେଖିବାକୁ ମିଳିଛି । 9 ମିନିଟ ପର୍ଯ୍ୟନ୍ତ ଦୀପ ଜାଳି ଦେଶବାସୀ ଏକାଗ୍ରତା ଓ ଏକତାର ପରିଚୟ ଦେଇଛନ୍ତି । ଏହାର ପ୍ରଭାବ ସାରା ରାଜ୍ୟରେ ମଧ୍ୟ ପଡିଛି । ପ୍ରତିଟି ନାଗରିକ ନିଜ ଘର ଆଗରେ ଓ ଛାତ ଉପରେ ଥାଇ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, 9ମିନିଟ ପାଇଁ ସାରା ରାଜ୍ୟରେ ଜଳିଲା ସଂକଳ୍ପର ଦୀପ

କିଛି ସ୍ଥାନରେ ଘଣ୍ଟ, ଶଙ୍ଖ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାମାରୀ କୋରୋନାକୁ ବିନାଶ କରିବା ପାଇଁ କେବଳ ନୂଆପଡା ନୁହେଁ ବରଗଡ, ଯାଜପୁର, ସୁବର୍ଣ୍ଣପୁର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନ ସଫଳତାର ରୂପ ନେଇଛି ।

ସେହିପରି ସୁବର୍ଣ୍ଣପୁରରେ ଆରାଧ୍ୟା ଦେବୀ ମା’ ସୁରେଶ୍ବରୀଙ୍କୁ ସ୍ମରଣ କରି ଦୀପ ଯଜ୍ଞରେ ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ମନରେ କୋରୋନାକୁ ପରାସ୍ତ କରିବାକୁ ସଂକଳ୍ପ ନେଇ ଲୋକେ ଦୀପ ଜାଳିଥିଲେ । ବୌଦ୍ଧରେ ମଧ୍ୟ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । ମହିଳାମାନେ ଘରେ ଘରେ ଦୀପ ଜାଳିବା ସହ ଶିଳପୁଆ ପୂଜା କରୁଥିବାର ଦେଖିବାକୁ ମିଳିଥିଲା ।

ଯାଜପୁରରେ ମଧ୍ୟ ଲୋକେ ବେଶ ସତର୍କତାର ସହ ଦୀପ ଜାଳୁଥିବା ଦେଖିବାକୁ ମିଳିଥିଲା । ତେଣୁ ବାସ୍ତବରେ ଦୀପ ଜଳାଇ ଏକତାର ପରିଚୟ ଦେଇଛନ୍ତି ରାଜ୍ୟବାସୀ ବୋଲି କହିଲେ କିଛି ଭୁଲ ହେବ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ବୌଦ୍ଧରୁ ସତ୍ୟନାରାୟଣ ପାଣି ଓ ନୂଆପଡାରୁ ମୋତିଲାଲ୍‌ ବାଗ୍‌, ଇଟିଭି ଭାରତ

Last Updated : Apr 6, 2020, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.