ETV Bharat / city

Omicron Tension: ଆତଙ୍କିତ ନ ହେବାକୁ କହିଲେ ଜନସ୍ୱାର୍ଥ ନିର୍ଦ୍ଦେଶକ

ଓମ୍ରିକନକୁ ନେଇ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ହୁଅନ୍ତୁ, ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାରଙ୍କ ପାଖରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସୂଚନା ମିଳୁଛି । ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ଜନସ୍ୱାର୍ଥ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Omicron Tenison:ଲୋକଙ୍କୁ ଆତଙ୍କିତ ନବେହାକୁ କହିଲେ ଜନସ୍ୱାର୍ଥ ନିର୍ଦେଶକ

author img

By

Published : Dec 3, 2021, 1:05 PM IST

Updated : Dec 3, 2021, 1:16 PM IST

ଭୁବନେଶ୍ବର: ଚିନ୍ତା ବଡାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ (Omicron) । ଗୋଟିଏ ରେ ଗୋଟିଏ ଦେଶକୁ ଏହା ବ୍ୟାପିବା ପରେ ଏବେ ଭାରତରୁ ଚିହ୍ନଟ ହୋଇଛନ୍ତି । ତେବେ କୋରୋନା ଭଳି ଓମିକ୍ରନ ଭୟଙ୍କର ରୂପ ନେବାର ଆଶଙ୍କା କରି ଲୋକଙ୍କ ମନରେ ଏବେ ଭୟ ସୃଷ୍ଟି ହୋଇଛି । ତେବେ ଏହି ଭାରିଏଣ୍ଟକୁ ନେଇ ଆତଙ୍କିତ ନହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର (Director of Public Health Niranjan Mishra) ।

Omicron Tenison:ଲୋକଙ୍କୁ ଆତଙ୍କିତ ନବେହାକୁ କହିଲେ ଜନସ୍ୱାର୍ଥ ନିର୍ଦେଶକ

ଓମ୍ରିକନକୁ ନେଇ ଲୋକମାନେ ଆତଙ୍କିତ ନହୋଇ ସତର୍କ ହୁଅନ୍ତୁ , ଏନେଇ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାରଙ୍କ ପାଖରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସୂଚନା ମିଳୁଛି । ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ । ବାଙ୍ଗାଲୋରରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମିତି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ଯେଉଁମାନଙ୍କର ନେଗେଟିଭ ଆସୁଛି, ହୋମ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି ଏବଂ 7 ଦିନ ପରେ ପୁଣି ଟେଷ୍ଟ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ସେମାନଙ୍କ ଭିତରୁ ଯାହାର ପଜିଟିଭ ଆସିବ ତାହାର ଜିନମ ସିକ୍ୱେନ୍ସିଂ ପାଇଁ ପଠାଯିବ । ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା 380 ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହି ଭରିଆଣ୍ଟ ର ସଂକ୍ରମଣ କ୍ଷମତା ଅଧିକ । କ୍ଷିପ୍ର ଗତିରେ ଏବେ ଏହା ବ୍ୟାପୁଛି । 10 ଦିନ ଭିତରେ 29 ରାଷ୍ଟ୍ରକୁ ଏହା ବ୍ୟାପିଗଲାଣି । କିନ୍ତୁ ଗୁରୁତର କରିବାର କ୍ଷମତା କେତେ, ମୃତ୍ୟୁ ହାର କଣ, କୌଣସି ତଥ୍ୟ ନାହିଁ ।

ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ିନାହିଁ । ଓମିକ୍ରନ ଆକ୍ରାନ୍ତମାନେ ଗୁରୁତର ହେବା ଜଣାପଡିନି । ତେଣୁ ଲୋକେ ସତର୍କ ହୁଅନ୍ତୁ । ଶିକ୍ଷାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ ଲାଇନ ଦେଇଛନ୍ତି । ଆମେ ମଧ୍ୟ ଜିଲ୍ଲା ମାନଙ୍କୁ ଜଣାଇଛୁ । ସ୍କୁଲ ଗୁଡିକ କୋଭିଡ ଅନୁରୂପ ନିୟମ କେମିତି ମାନୁଛନ୍ତି, ତଦାରଖ କରିବାକୁ ନିର୍ଦେଶ ରହିଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହୁଛି, ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ଜଣାଇବାକୁ କୁହାଯାଇଛି । ଏମିତିକି ପ୍ରତି ସ୍କୁଲରେ ଗୋଟିଏ ଲେଖାଏଁ କ୍ଵାରେଣ୍ଟିନ ରୁମ କରାଯାଇଛି । ଯାହାର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କୁ ଏହି କ୍ଵରେଣ୍ଟିନ ରୁମରେ ରଖାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 3, 2021, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.