ETV Bharat / city

ଲକଡାଉନ ସମୟରେ ଘର କିଣିବାକୁ ଲୋକେ ଆଗ୍ରହୀ, 40% ଇନକ୍ବାରି ଆସିଲାଣି: କ୍ରେଡାଇ - coronavirus latest news

କୋଭିଡ ସମୟରେ ନିଜ ଆୟକୁ ନେଇ ଅନେକ ଚିନ୍ତାରେ ପଡିଛନ୍ତି ଲୋକେ । ଏପରିକି ଦେଶର ଅର୍ଥନୈତିକ ଚିତ୍ରରେ ଅସ୍ଥିରତା ଜଳଜଳ ହୋଇ ଦେଖାଯାଉଛି । ହେଲେ ଏଭଳି ସମୟରେ ଆସିଛି ଭଲ ଖବର । ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଲୋକେ ଘର କିଣିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି। ଅଧିକ ପଢନ୍ତୁ...

people-are-interested-in-buying-house-during-the-lockdown-40-percent-of-inquries-have-come-in-bbsr
ଲକଡାଉନ ସମୟରେ ଘର କିଣିବାକୁ ଲୋକେ ଆଗ୍ରହୀ
author img

By

Published : Aug 18, 2020, 6:20 PM IST

Updated : Aug 18, 2020, 7:47 PM IST

ଭୁବନେଶ୍ବର: ଓଡିଶାରେ ରିୟଲ ଇଷ୍ଟେଟ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କୋଠାବାଡି ନିର୍ମାଣ ନିୟମରେ କୋହଳ କରିଛନ୍ତି ସରକାର । କୋଠାବାଡ଼ି ନିର୍ମାଣ ନିୟମରେ ହୋଇଛି ପରିବର୍ତ୍ତନ । ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ନିୟମ 2020 । ତେବେ କୋରୋନା ମହାମାରୀ ସମୟରେ ରିୟଲ ଇଷ୍ଟେଟର ବ୍ୟବସାୟ କେତେ ପ୍ରଭାବିତ ହୋଇଛି ।

ଲକଡାଉନ ସମୟରେ ଘର କିଣିବାକୁ ଲୋକେ ଆଗ୍ରହୀ

କୋଭିଡ ସମୟରେ ନିଜ ଆୟକୁ ନେଇ ଅନେକ ଚିନ୍ତାରେ ପଡିଛନ୍ତି ଲୋକେ । ଏପରିକି ଦେଶର ଅର୍ଥନୈତିକ ଚିତ୍ରରେ ଅସ୍ଥିରତା ଜଳଜଳ ହୋଇ ଦେଖାଯାଉଛି । ଛଟେଇ, ଦରମା କାଟ, ନିଯୁକ୍ତି ବନ୍ଦ ଭଳି ସ୍ଥିତି ଦେଖାଦେଇଛି । ଯାହାକୁ ନେଇ ଚାକିରିଆ ବି ଦ୍ଵନ୍ଦରେ ପଡିଛନ୍ତି । ହେଲେ ଏଭଳି ସମୟରେ ଆସିଛି ଭଲ ଖବର । ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଲୋକେ ଘର କିଣିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି । ଏକ ସର୍ବେକ୍ଷଣରୁ ପ୍ରାୟ 40 ପ୍ରତିଶତ ଇନକ୍ବାରି ଆସିଲାଣି ବୋଲି ଜଣାପଡିଛି । ସ୍ଥିତି ସ୍ବାଭାବିକ ହେବା ମାତ୍ରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ସୁଧାର ଆସିବ । ଆଉ ଭୁବନେଶ୍ବର ପୁଣି ଭଲ ବଜାର ସୃଷ୍ଟି କରିବ ବୋଲି ଆଶା ରଖିଛି ରିୟଲ ଇଷ୍ଟେଟ ସଂଘ କ୍ରେଡାଇ ଭୁବନେଶ୍ବର । ଏନେଇ ସଂଘର ସମ୍ପାଦକ ଉମେଶ ପଟ୍ଟନାୟକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ବ୍ୟୁରୋ ଇନଚାର୍ଜ ଜ୍ଞାନଦର୍ଶୀ ସାହୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 18, 2020, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.