ETV Bharat / city

PCC Race: ୱାନ ଟୁ ୱାନ ଆଲୋଚନା କଲେ ପ୍ରଭାରୀ, ଆସନ୍ତା ମାସରେ ନୂଆ ସଭାପତି - କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସାକ୍ଷାତକାର

ବାରମ୍ବାର ନିର୍ବାଚନରେ ବିଫଳତା ପରେ ପୁରା ସାଂଗଠନକି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଛି କସରତ । କଂଗ୍ରେସ ରାଜ୍ୟ ପ୍ରଭାରୀ ଓଡିଶା ଗସ୍ତରେ ଆସି ସମସ୍ତ ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି । ଅଧିକ ପଢନ୍ତୁ

ଆସନ୍ତା ମାସରୁ ନୂଆ ସଭାପତି
ଆସନ୍ତା ମାସରୁ ନୂଆ ସଭାପତି
author img

By

Published : Apr 26, 2022, 6:30 PM IST

ଭୁବନେଶ୍ବର: ବାରମ୍ବାର ନିର୍ବାଚନରେ ବିଫଳତା ପରେ ପୁରା ସାଂଗଠନକି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସ (Odisha Congress) ର ଆରମ୍ଭ ହୋଇଛି କସରତ । କଂଗ୍ରେସ ରାଜ୍ୟ ପ୍ରଭାରୀ (Odisha congress in charge) ଓଡିଶା ଗସ୍ତରେ ଆସି ସମସ୍ତ ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି ।

Pcc Race : ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ, ଆସନ୍ତା ମାସରୁ ନୂଆ ସଭାପତି

କଂଗ୍ରେସ ଭବନ (Congress Bhawan) ରେ ଚାଲିଥିବା ଏହି ଆଲୋଚନା ପର୍ଯ୍ୟାଲୋଚନାରେ ଦଳର ସମସ୍ତ ବରିଷ୍ଠ, କନିଷ୍ଠ ନେତାଙ୍କ ସନେତ, ସମସ୍ତ ଛାମୁଆ ସଂଗଠନର ମୁଖିଆ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ଏନେଇ ଦଳର ସମସ୍ତ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ଏହାସହ ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ମଧ୍ୟ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ।

ଆଲୋଚନା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପ୍ରଭାରୀ ପିସିସି ସଭାପତି ଚୟନ ନେଇ ସିଧା ସଳଖ ଆଲୋଚନା କରୁଛନ୍ତି । ପ୍ରଭାରୀ ବିଧାୟକ ମାନଙ୍କୁ ସିଧା ସଳଖ ପରାମର୍ଶ ମାଗୁଛନ୍ତି । ପ୍ରଭାରୀ ବିଧାୟକ ମାନଙ୍କ 3 ଟି ଲେଖାଏଁ ନା ପ୍ରସ୍ତାବ ଦେବାକୁ କହିଛନ୍ତି । ଆମେ ଦେଇଛୁ । 2024 ନିର୍ବାଚନ ପାଇଁ ସଂଗଠନ କୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଛି। ସଂଗଠନ ସୃଦୃଢ ଏବଂ ପିସିସି ପରିବର୍ତ୍ତନ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। କିଏ ସଭାପତି ହେଲେ ଭଲ ହେବ ସେ ନେଇ ପ୍ରଭାରୀ ନାଁ ପଚାରୁଛନ୍ତି। ଆସନ୍ତା ମାସ ପ୍ରଥମ ସପ୍ତାହରେ ହୋଇପାରେ ପିସିସି ପରିବର୍ତ୍ତନ ବୋଲି ସାଲୁଜା କହିଛନ୍ତି ।

ସେପଟେ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବୈଠକ ପରେ ଖୁସି ଅଛନ୍ତି । 2019ରୁ ମୁଁ ଇସ୍ତଫା ଦେଇଥିଲି । ଏବେ ମୋତେ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଏଆଇସିସି। ଜଣେ ଶୃଙ୍ଖଳିତ ଲୋକଙ୍କୁ ପିସିସି କରାଯାଉ ବୋଲି ନିରଞ୍ଜନ କହିଛନ୍ତି ।

ଅନ୍ୟପଟେ ବୈଠକକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି ପିସିସି ସଭାପତି ଇସ୍ତଫା ଦେବା ପରେ ନୂଆ ପିସିସି ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଧାୟକ ବରିଷ୍ଠ ନେତା ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଉଛି। ବିଧାୟକ ମାନେ ନାଁ ସୁପାରିଶ କରୁଛନ୍ତି। ଯିଏ କଂଗ୍ରେସ ଦଳକୁ ସୃଦୃଢ କରିପାରିବ ସଂଗଠନ ମଜବୁତ କରିପାରିବ ସେମିତି ଲୋକଙ୍କୁ ଚୟନ କରାଯିବ। ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ଏଆଇସିସି ସଭାପତିଙ୍କୁ ରିପୋର୍ଟ ଦେବି । ତେବେ ଖୁବ ଶୀଘ୍ର ପିସିସି ସଭାପତି ଘୋଷଣା ହୋଇପାରେ ବୋଲି କହିଛନ୍ତି ପ୍ରଭାରୀ ଚେଲ୍ଲା କୁମାର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.