ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଓଏଚଆରସିଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁଁ ଆକ୍ରମଣ ଘଟିଲା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।
ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାରେ ଆଜି କଂଗ୍ରେସର ଏକ ଟିମ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେଉଁଭଳି ଭାବରେ ସଭାପତିଙ୍କ ଆକ୍ରମଣ କରାଯାଇଛି ସେନେଇ ଏକ ଦାବିପତ୍ର ଦେଇଛି କଂଗ୍ରେସ । ଆଗାମୀ ଦିନରେ ରାଜ୍ୟ ସରକାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ସୁରକ୍ଷା ଯୋଗାଇ ଦିଆଯିବା ସହ ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁଁ ଆକ୍ରମଣ ଘଟିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ