ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ମହାମାରୀରେ ସର୍ବଦଳୀୟ ବୈଠକ ପ୍ରସ୍ତାବ - ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଚିଠି

ରାଜ୍ୟରେ କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପିସିସି ସଭାପତି । କୋରୋନା ମହାମାରୀ ମୁକାବିଲା ପାଇଁ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ମହାମାରୀରେ ସର୍ବଦଳୀୟ ବୈଠକ ପ୍ରସ୍ତାବ

author img

By

Published : May 20, 2021, 9:00 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପିସିସି ସଭାପତି । କୋରୋନା ମହାମାରୀ ମୁକାବିଲା ପାଇଁ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାସହ ସାମାଜିକ ସଂଗଠନର ପ୍ରତିନିଧିଙ୍କୁ ମଧ୍ୟ ଏହି ବୈଠକରେ ସାମିଲ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ନିରଞ୍ଜନ ।

କୋରୋନା ମହାମାରୀ ଯୋଗୁଁ କେହି ନା କେହି ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ଏଭଳି ସମୟରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାମାରୀ ସହ ମିଳିତ ସଂଗ୍ରାମ ପାଇଁ ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପିସିସି ସଭାପତି । ତେବେ ଏହି ଚିଠିର କୌଣସି ଉତ୍ତର ମିଳି ପାରିନଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ମହାମାରୀରେ ସର୍ବଦଳୀୟ ବୈଠକ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ମହାମାରୀରେ ସର୍ବଦଳୀୟ ବୈଠକ ପ୍ରସ୍ତାବ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କୋରୋନା ମହାମାରୀକୁ ନେଇ ଏକ ସର୍ବଦଳୀୟ ବୈଠକ କରାଯାଇଥିଲା। ତେବେ ଏହି ବୈଠକରେ ଅଧିକାଂଶ ବରିଷ୍ଠ ନେତାକୁ ନିମନ୍ତ୍ରଣ କରାଯାଇନଥିଲା । ଏହାସହ ଯେଉଁମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ସେଥିମଧ୍ୟରୁ କେତେକ ବୈଠକରେ ଅନୁପସ୍ଥିତ ରହିଥିଲେ । ଏହାସହ ଯେଉଁମାନେ ବି ଯୋଗ ଦେଇଥିଲେ ସେମାନଙ୍କୁ ନିଜ ମନ୍ତବ୍ୟ ରଖିବାକୁ ଦିଆଯାଇନଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

  • Wrote a letter to CM @Naveen_Odisha requesting him to convene an all-party meeting urgently and also invite civil society representatives in the meeting to discuss the strategy to combat COVID-19 pandemic in Odisha. Only together will be able to end this crisis! pic.twitter.com/gsAo05XRo2

    — Niranjan Patnaik (@NPatnaikOdisha) May 20, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.