ETV Bharat / city

ସରକାରଙ୍କ ଅପାରଗତା ପାଇଁ ଆର୍ଥିକ ସଙ୍କଟରେ ଦେଶବାସୀ: ନିରଞ୍ଜନ

author img

By

Published : Jun 9, 2021, 9:15 PM IST

କୋରୋନା ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ଭାରତବର୍ଷ ସାରା ପୃଥିବୀରେ କୋରୋନା ସଂକ୍ରମିତରେ ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ସରକାରଙ୍କ ପାରଦର୍ଶିତା, ଦୂରଦୃଷ୍ଟି ଏବଂ ସାଧାରଣ ଲୋକଙ୍କ ପ୍ରତି ଦରଦ ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

government management mistakes
ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି

ଭୁବନେଶ୍ବର: ଗତ ଦୁଇବର୍ଷ ଧରି ଆମ ଦେଶରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି, ଏପରି ଇତିହାସରେ କେବେ ଦେଖାଯାଇନଥିଲା । କୋରୋନା ମହାମାରୀରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ଏହା ଏବେ ବି ଜାରି ରହିଛି । ଅର୍ଥନୈତିକ ଦୃଷ୍ଟିରୁ ହୀନସ୍ଥା ହେଉଛନ୍ତି ଲୋକେ । ବର୍ତ୍ତମାନ ଭାରତବର୍ଷ ସାରା ପୃଥିବୀରେ କୋରୋନା ସଂକ୍ରମିତରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହା କେବଳ କେନ୍ଦ୍ର ସରକାରଙ୍କ ପାରଦର୍ଶିତା, ଦୂରଦୃଷ୍ଟି ଏବଂ ସାଧାରଣ ଲୋକଙ୍କ ପ୍ରତି ଦରଦର ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି । ଏକ ପ୍ରେସ ବାର୍ତ୍ତାରେ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ଦୂରଦୃଷ୍ଟି ଅଭାବରୁ ଲୋକମାନେ ଟୀକା ପାଉନାହାନ୍ତି । ବିଭିନ୍ନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କୋରୋନା ମାହାମାରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଛନ୍ତି । ଗତ କିଛିଦିନ ତଳେ ସର୍ବପ୍ରଥମେ ରାହୁଲ ଗାନ୍ଧୀ ନିଶୁଳ୍କ ସାର୍ବଜନୀନ ଟୀକା ପ୍ରଦାନ ପାଇଁ ଦାବି କରିଥିଲେ । ଭାରତବର୍ଷର ବିଭିନ୍ନ ଅଣବିଜେପି ରାଜ୍ୟସରକାରଙ୍କ ଦାବି ଜୋର କରିଥିଲେ । ଏହା ସାଙ୍ଗକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ମୋଦି ସରକାରଙ୍କ ନିଦ ଭାଙ୍ଗିଥିଲା । କେନ୍ଦ୍ର ସରକାର ବାଧ୍ୟ ହୋଇ ସମସ୍ତ ଜନସାଧାରଣଙ୍କୁ ମାଗଣା ଟୀକା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କଲେ । କରୋନାର କ୍ଷତି ଭରଣା ପାଇଁ ଯଦି କେନ୍ଦ୍ରସରକାର ଆଗରୁ ସମସ୍ତଙ୍କୁ ନିଶୁଳ୍କ ଟୀକା ଦିଆଯିବା ନିଷ୍ପତ୍ତି ନେଇଥାନ୍ତେ । ଏବଂ ଟିକାର ବ୍ୟବସ୍ଥା କରିଥାନ୍ତେ ତେବେ ଆଜି ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡି ନଥାନ୍ତେ ।

ସେହିପରି ନିଜର କ୍ଷତି ଭରଣା ପାଇଁ ଦେଶର ୮୦ କୋଟି ଲୋକଙ୍କୁ ଚାଉଳ ଦେବେ ବୋଲି କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ । ସେ କହିଛନ୍ତି ଗରିବ ଲୋକ ତ ଆଗରୁ ୧ ଟଙ୍କାରେ ଚାଉଳ ପାଉଛନ୍ତି । ତେବେ ଏବେ କଣ ସେହି ୧ ଟଙ୍କା ଛାଡ଼ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି କି ? କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ଚାକିରୀ ହରେଇ ବସିଛନ୍ତି । ସେହିପରି ଲକ୍ଷ ଲକ୍ଷ ଛୋଟ ବେପାରିଙ୍କଠାରୁ ଆରମ୍ଭ କରି ଗରିବ ଲୋକ ପର୍ଯ୍ୟନ୍ତ ଏବଂ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛନ୍ତି । ସେମାନଙ୍କ ପାଇଁ କିଛି ଆଜି ସାହା ଭରସା ନାହିଁ କି କିଛି ଯୋଜନା ନାହିଁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.