ETV Bharat / city

ଦିଲ୍ଲୀ ଗସ୍ତରେ PCC ସଭାପତି ଶରତ ପଟ୍ଟନାୟକ

ଦିଲ୍ଲୀ ଗସ୍ତ କଲେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ । ସେଠାରେ ସେ ହାଇ କମାଣ୍ଡ ଓ ରାଜ୍ୟ ପ୍ରଭାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

ଦିଲ୍ଲୀ ଗସ୍ତରେ ପିସିସି ସଭାପତି, ରାଜ୍ୟ ପ୍ରଭାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା

author img

By

Published : Jun 7, 2022, 12:03 PM IST

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକ (PCC Patnaik Sarat Patnaik) ମଙ୍ଗଳବାର ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀରୁ ଫେରିବା ପରେ ବିଦ୍ଧିବଧ ଭାବେ ରାଜ୍ୟ କଂଗ୍ରେସର ସଭାପତି ଭାବେ ଦ୍ବିତୀୟ ଥର ଦାୟିତ୍ବ ଗ୍ରହଣ କରିବେ ଶରତ । ଏଥିସହ ତାଙ୍କର ନୂଆ ଟିମ ମଧ୍ୟ ଘୋଷଣା ହୋଇପାରେ । ନୂଆ ଟିମରେ ବରିଷ୍ଠଙ୍କ ସହିତ ଯୁବବର୍ଗଙ୍କୁ ଗୁରୁ ଦାୟିତ୍ବ ମିଳିପାରେ ବୋଲି ଶରତ ପୂର୍ବରୁ ସଙ୍କେତ ଦେଇସାରିଛନ୍ତି ।

ଦିଲ୍ଲୀରୁ ଫେରିବା ପରେ ଆସନ୍ତା ୧୦ ରେ ହେବ ଶରତଙ୍କ ସମ୍ବର୍ଦ୍ଧନା ସମାବେଶ ହେବ । ଦିଲ୍ଲୀରେ ସେଠାରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ । ଏଥର ସଂଗଠନରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହାସହ ବରିଷ୍ଠ ମାନଙ୍କ ଅନୁଭବକୁ କାମରେ ଲଗାଇ ଦଳକୁ ଆଗକୁ ନେବ କଂଗ୍ରେସ । ଦଳରେ କୌଣସି ବିବାଦ ନାହିଁ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କ୍ଷମତାରୁ ନବୀନ ପଟ୍ଟନାୟକଙ୍କୁ ହଟାଇବା ବୋଲି କହିଛନ୍ତି ଶରତ ।

ବ୍ରଜରାଜନଗର ଉପନିର୍ବାଚନ ଫଳାଫଳକୁ ନେଇ ଶରତ କହିଛନ୍ତି ଯେ,"ଉପନିର୍ବାଚନରେ କଂଗ୍ରେସ ୨ୟ ନମ୍ବରକୁ ଆସିଛି । ଏଥିରୁ ସ୍ପଷ୍ଟ ରାଜ୍ୟବାସୀ କଂଗ୍ରେସକୁ ବିକଳ୍ପ ଭାବେ ଗ୍ରହଣ କଲେଣି । ଦଳ ଛାଡିଥିବା ନେତାଙ୍କୁ ଏବେ ଘରକୁ ଫେରେଇ ଆଣିବାକୁ ପ୍ରୟାସ ଚାଲିଛି । ଖୁବଶୀଘ୍ର କଂଗ୍ରସର ସମସ୍ତ କମିଟି ଗଠନ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.