ETV Bharat / city

ରାଜୁ ଦାସଙ୍କ ପ୍ରାର୍ଥୀତ୍ୱ ବିଜେଡିର ଅସନ୍ତୋଷକୁ ପଦାରେ ପକାଇଛି କହିଲେ ଶରତ - ରାଜୁ ଦାଶଙ୍କ ପ୍ରାର୍ଥୀତ୍ବର ଫାଇଦା କଂଗ୍ରେସକୁ ମିଳିବ

ଧାମନଗର ଉପନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସରିବା ପରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ସ୍ପଷ୍ଟ ହୋଇଛି । ରାଜୁ ଦାସଙ୍କ ପ୍ରାର୍ଥୀତ୍ବ ବିଜେଡି ଦଳର ଅସନ୍ତୋଷକୁ ପଦାରେ ପକାଇଛି ଓ ଏହାର ଫାଇଦା କଂଗ୍ରେସକୁ ମିଳିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଧାମନଗର ଉପନିର୍ବାଚନ: ରାଜୁ ଦାଶଙ୍କ ପ୍ରାର୍ଥୀତ୍ବ ବିଜେଡିର ଅସନ୍ତୋଷକୁ ପଦାରେ ପକାଇଛି କହିଲେ ଶରତ

author img

By

Published : Oct 17, 2022, 7:51 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ସରିଲା ଯାଞ୍ଚ ପ୍ରକ୍ରିୟା । ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ମୋଟାମୋଟି ଭାବରେ ବିଜେପି, କଂଗ୍ରେସ, ବିଜେଡି ଏବଂ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାଶଙ୍କ ମଧ୍ୟରେ ହେବ ଲଢେଇ । ତେବେ ରାଜୁ ଦାଶଙ୍କ ପ୍ରାର୍ଥୀତ୍ବ ବିଜେଡି ଦଳର ଅସନ୍ତୋଷକୁ ପଦାରେ ପକାଇଛି ଓ ଏହାର ଫାଇଦା କଂଗ୍ରେସକୁ ମିଳିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଧାମନଗର ଉପନିର୍ବାଚନ: ରାଜୁ ଦାଶଙ୍କ ପ୍ରାର୍ଥୀତ୍ବ ବିଜେଡିର ଅସନ୍ତୋଷକୁ ପଦାରେ ପକାଇଛି କହିଲେ ଶରତ

ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ଏହା ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଏଠାରେ ନଭେମ୍ବର ୩ ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ୬ ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ । ଏନେଇ ତିନି ଦଳର ରଣନୀତି ଆରମ୍ଭ ହୋଇ ଯାଇଛି । ବିଜେପି ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମହିଳା କାର୍ଡ ଖେଳିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବରେ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ସମସ୍ତ ପ୍ରର୍ଥୀପତ୍ର ଯାଞ୍ଚ ସରିଛି । ଏହାପରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...Dhamnagar Bypoll: ଧାମନଗର ଉପନିର୍ବାଚନ ଲାଗି ମୈଦାନରେ ୫ ପ୍ରାର୍ଥୀ

ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ନାମାଙ୍କନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଅର୍ଥାତ ବିଜେଡି ବିଦ୍ରୋହୀ ଭାବେ ଉଭା ହୋଇଥିବା ରାଜୁ ସିଧାସଳଖ ବିଜେଡିକୁ ଚ୍ୟାଲେଞ୍ଜ କରିଛନ୍ତି । ଆକଳନ କରାଯାଉଛି ବିଜେଡି ପାଇଁ ଏକ ବଡ ପ୍ରତିବନ୍ଧକ ହୋଇପାରନ୍ତି ରାଜୁ ଦାସ । ତାଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଛି ବିଜେଡି ସଂଗଠକ । ପ୍ରଥମ ଥର ପାଇଁ ୨୨ ବର୍ଷ ଇତିହାସରେ ଏପରି ହୋଇଛି । ବିଜେଡି ଭିତରୁ ବିଦ୍ରୋହୀ ନେତା ବାହାରି ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢିବା ଏକ ବଡ଼ କଥା । ଏବେ ଦେଖିବାର କଥା ଜନତା କାହା ଉପରେ ମୋହର ମାରୁଛନ୍ତି । ନବୀନଙ୍କ ୨୨ ବର୍ଷର ସ୍ବଚ୍ଛ ଶାସନ, ମୋଦିଙ୍କ ବିକାଶ ମନ୍ତ୍ର, ରାଜୁ ଦାସଙ୍କ ସ୍ବାଭିମାନ ନା କଂଗ୍ରେସର ପ୍ରତିଶ୍ରୁତି ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ରାଜୁ ଦାସଙ୍କ ନାମାଙ୍କନ ବିଜେଡି ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି । ଓଡିଶାବାସୀ ଜାଣିଲେଣି ଯେ ବିଜେଡି ବିଜେପି ଭାଇ ଭାଇ । ସେମାନେ ଖାଲି ଲୋକ ଦେଖାଣିଆକୁ ଲଢ଼ୁଛନ୍ତି । ଧାମନଗର ଜନସାଧାରଣ ସବୁ ଜାଣିଛନ୍ତି । ତେଣୁ କଂଗ୍ରେସକୁ ଧାମନଗରବାସୀ ସମର୍ଥନ କରିବେ । ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ନାମାଙ୍କନର ଫାଇଦା କଂଗ୍ରେସକୁ ମିଳିବ ।" ତେବେ କଂଗ୍ରେସ ହିଁ ଧାମନଗର ହାତେଇବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.