ETV Bharat / city

ମୋକିମ୍‌ଙ୍କ କ୍ରସ ଭୋଟିଂ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ: ଶରତ ପଟ୍ଟନାୟକ

NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । ଏନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

author img

By

Published : Jul 19, 2022, 5:30 PM IST

ମୋକିମ୍‌ଙ୍କ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ: ଶରତ ପଟ୍ଟନାୟକ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । ଏହାକୁ ନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ । ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାକୁ କଂଗ୍ରେସ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ମୋକିମ ଅବମାନନା କରିଛନ୍ତି ।

ଏହାକୁ ନେଇ ରାଜ୍ୟ କଂଗ୍ରେସ ମଧ୍ୟରେ ତୁମ୍ବିତୋଫାନ ଉଠିଛି । ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ମହମ୍ମଦ ମୋକିମଙ୍କ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ରାଜ୍ୟରେ କଂଗ୍ରେସ ସୁଦଢ଼ ରହିଛି । ୨୨ ବର୍ଷ ହେଲା ସରକାରରେ ନାହିଁ କଂଗ୍ରେସ । ଏହାସତ୍ତ୍ବେ ରାଜ୍ୟରେ କଂଗ୍ରେସର ଶୁଭେଚ୍ଛୁ ରହିଛନ୍ତି । କଂଗ୍ରେସ ଦଳ ସବୁବେଳେ ହାଇକମାଣ୍ଡଙ୍କ ନିଷ୍ପତ୍ତି ପାଳନ କରି ଆସିଛି । ଭୋଟ ଦେବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅଧିକାର । ଏହାକୁ ନେଇ କୌଣସି ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ନାହିଁ । ରିପୋର୍ଟ ଆସିବା ପରେ ହିଁ ମୁଁ କାରଣ ଦର୍ଶାଅ ନୋଟିସ କରି ପାରିବି ।"

କଂଗ୍ରେସ ଭିତରେ କୌଣସି ମତଭେଦ ନାହିଁ । ଦଳ ଭିତରେ କଣ ଚାଲିଛି ତାହା ଦଳୀୟ ବ୍ୟାପାର । ଦଳ ଗୋଟିଏ ପରିବାର ଭଳି ଚଳୁଛି ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଗତକାଲି(ସୋମବାର) ମହମ୍ମଦ ମୋକିମ NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ କଂଗ୍ରେସରେ ସବୁକିଛି ଠିକ୍‌ ନଥିବା ଆଲୋଚନା ହେଉଥିଲା । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.