ETV Bharat / city

ବିପିଏଲ ପରିବାର ଓ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉ: ପିସିସି ସଭାପତି - ବିପିଏଲ ପରିବାରକୁ ମାଗଣା ଟିକା

ବିପିଏଲ ପରିବାର ଓ ବୟସ୍କ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ପାଇଁ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

PCC president requested CM to give free vaccine to BPL families, senior citizens
ବିପିଏଲ ପରିବାର ଓ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉ: ପିସିସି ସଭାପତି
author img

By

Published : Jan 17, 2021, 6:19 PM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ବିପିଏଲ କାର୍ଡ ହିତାଧିକାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ମାଗଣାରେ କୋରୋନା ଟିକା ଦେବା ପାଇଁ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଅନୁରୋଧ କରିଛନ୍ତି ।

ବିପିଏଲ ପରିବାର ଓ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉ: ପିସିସି ସଭାପତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ବାସ୍ଥ୍ୟ କାମନା କରିବା ସହିତ ରାଜ୍ୟର ସମସ୍ତ ବିପିଏଲ ତାଲିକାଭୁକ୍ତ ବ୍ୟକ୍ତିବିଶେଷ ଏବଂ ବୟସ୍କ ନାଗରିକଙ୍କ ପାଇଁ କୋରୋନା ଟିକା ମାଗଣାରେ ଉପଲବ୍ଧ କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ଫଳରେ ଉକ୍ତ ବର୍ଗର ସମସ୍ତ ବ୍ୟକ୍ତିବିଶେଷ ବିଶେଷ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି ।

ଏହାସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା କୋରୋନା ଟୀକାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହି କୋରୋନା ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଭାଗୀୟ କର୍ମଚାରୀମାନଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.