ଭୁବନେଶ୍ବର: କଂଗ୍ରେସର ଦୂରାବସ୍ଥା ନେଇ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ପିସିସି ସଭାପତି ପାଇଁ ବହୁ ଯୋଗ୍ୟ ଆଶାୟୀ ନେତା କଂଗ୍ରେସରେ ଅଛନ୍ତି ହେଲେ ଅତ୍ୟନ୍ତ ଦୁଃଖ ଆଉ ପରିତାପର ବିଷୟ ହେଉଛି କଂଗ୍ରେସର ଏଭଳି ଦୂରାବସ୍ଥା କାହିଁକି ? କଂଗ୍ରେସର ଚିରାଚରିତ ଚରିତ୍ର ,ଯେ ପର୍ଯ୍ୟନ୍ତ କଂଗ୍ରେସର ନେତା ଶୃଙ୍ଖଳିତ ନହୋଇଛନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ସୁଦୃଢ ହେବ ନାହିଁ ।
ସେହିପରି ନିରଞ୍ଜନ କହିଛନ୍ତି ନିଜେ ନିଜକୁ ବଡ ନେତା ବୋଲାଇଲେ ହେବନାହିଁ । ଲୋକେ ଭାବିବା ଦରକାର ଏବଂ ଲୋକେ ଭାବିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ହେବ। ଗୋଡ ଟଣାଟାଣି କଲେ ହେବନାହିଁ। ଏକାଠି ହୋଇ ଅଧିକ ସଂଗଠିତ ହେଲେ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ