ଭୁବନେଶ୍ବର: ପବିତ୍ର ରଥଯାତ୍ରାରେ ଖବର ସଂଗ୍ରହ ପାଇଁ ଯିବାବେଳ ଦୁର୍ଘଟଣାର ଆଖି ବୁଜିଛନ୍ତି ବରିଷ୍ଠ ଫୋଟୋ ସାମ୍ବାଦିକ ଅଶୋକ ପଣ୍ଡା । ତାଙ୍କ ଦେହାନ୍ତରେ ମର୍ମାହତ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଜଣେ ଅଭିଜ୍ଞ, ନିର୍ଭୀକ ଏବଂ କର୍ତ୍ତବ୍ୟନିଷ୍ଠ ଫଟୋ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିବା କହିଛନ୍ତି ପିସିସି ସଭାପତି । ତାଙ୍କୁ ହରାଇବା ସହଜରେ ଗ୍ରହଣ କରି ହେଉନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ସେ ଦୀର୍ଘବର୍ଷ ଧରି ବିଭିନ୍ନ ଗଣମାଧ୍ୟମ ସମୟ,ଟାଇମ୍ସ ଅଫ ଇଣ୍ଡିଆ, ଇନାଡୁ ଇତ୍ୟାଦି ଅନେକ ସଂସ୍ଥାରେ କାର୍ଯ୍ୟ କରି ସୁଖ୍ୟାତି ଅର୍ଜନ କରିଥିଲେ ।୧୯୯୯ ମହାବାତ୍ୟା ସମୟରେ ସେ ବାତ୍ୟାଞ୍ଚଳ ଗସ୍ତ କରି ବହୁ ଚର୍ଚ୍ଚିତ ଫଟୋ ଉଠେଇଥିବାର ନଜିର ଅଛି । ସେତେବେଳେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସ୍ବର୍ଗତ ଆଶୋକ ପଣ୍ଡା ଜଣେ ପରୋପକାରୀ, ବନ୍ଧୁବଚ୍ଛଳ, ସ୍ନେହୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।
ତାଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଜୀବନ କାଳ ଭିତରେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଗୁଡିଏ ସମ୍ମାନ ସହ ପୁରସ୍କାର ସାଉଁଟିଛନ୍ତି । ସ୍ବର୍ଗତଃ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ।
ଇଟିିଭି ଭାରତ, ଭୁବନେଶ୍ବର