ETV Bharat / city

ଲୋକଙ୍କ ଭାବାବେଗକୁ ଆଘାତ ନ କରାଯାଉ: କଂଗ୍ରେସ

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଓ ଚୁଲା ଭାଙ୍ଗିବା ଘଟଣାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଏହାକୁ ନେଇ ରାଜନୀତି କରାଯାଉଛି । ଭକ୍ତଙ୍କ ଭାବାବେଗ ଉପରେ ଆଞ୍ଚ ଆସିଛି । ଅଧିକ ପଢନ୍ତୁ

author img

By

Published : Apr 8, 2022, 9:42 AM IST

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ଯୋଜନା ଓ ଚୁଲା ଭାଙ୍ଗିବା ଘଟଣାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଏହାକୁ ନେଇ ରାଜନୀତି କରାଯାଉଛି । ଭକ୍ତଙ୍କ ଭାବାବେଗ ଉପରେ ଆଞ୍ଚ ଆସିଛି । ଏଥିରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରାଜନୀତି ନ କରି ତୁରନ୍ତ ଏହାର ସମାଧନ କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ସେ ଆହୁରି କହିଛନ୍ତି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବାର ଆବଶ୍ୟକତା ରହିଛି କିନ୍ତୁ ମହାପ୍ରଭୁଙ୍କ ମନ୍ଦିରର କ୍ଷତି ହୋଇ କୌଣସି ସୌନ୍ଦର୍ଯ୍ୟକରଣ କରିବାର କିଛି ମାନେ ନାହିଁ । 20 ବର୍ଷ ପରେ ଶ୍ରୀମନ୍ଦିର କଥା ସରକାରଙ୍କ ମନେ ପଡିଲା କାରଣ ସେ ଭଲ ଭାବେ ଜାଣନ୍ତି ଏହା ଲୋକଙ୍କ ଭାବାବେଗ ସହିତ ଜଡିତ । ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ କିନ୍ତୁ ବିକାଶ ନାଁରେ ବିନାଶ ନ କରନ୍ତୁ ନାହିଁ କିମ୍ବା ଲୋକଙ୍କ ଭାବାବେଗ ସହ ନ ଖେଳନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଚତୁପାର୍ଶ୍ବ ଖନନ ଏବଂ ଏବେ ଘଟିଥିବା ରୋଷଶାଳା ଚୁଲା ଭାଙ୍ଗିବା ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଏ ସମ୍ପର୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜନୀତି ନକରି ତୁରନ୍ତ ଏହାର ସମାଧାନ କରନ୍ତୁ । ମନ୍ଦିରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ସମସ୍ତ କାର୍ଯ୍ୟକୁ ସ୍ବାଗତ କରାଯାଉ ହେଲେ ମନ୍ଦିରର ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଉ ବୋଲି କହିଛନ୍ତି ପିସିସି ସଭାପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.