ETV Bharat / city

‘ପ୍ରବାସୀ ଓଡିଆଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି’ - Niranjan Pattnaik press meet

ପ୍ରବାସୀ ଓଡିଆଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି । ଅନ୍ୟରାଜ୍ୟରେ ଓଡିଶା ଲୋକେ ଦ୍ଵିତୀୟ ଶ୍ରେଣୀ ନାଗରିକର ବ୍ୟବହାର ପାଉଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Niranjan Pattnaik
‘ପ୍ରବାସୀ ଓଡିଆଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି’
author img

By

Published : May 9, 2020, 12:59 PM IST

ଭୁବନେଶ୍ବର: ଓଡିଶା ଲୋକେ ଅନ୍ୟ ରାଜ୍ୟରେ ଦ୍ଵିତୀୟ ଶ୍ରେଣୀ ନାଗରିକର ବ୍ୟବହାର ପାଉଛନ୍ତି । ସବୁଆଡେ ଓଡିଆଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଛି। ଆଜି ପ୍ରବାସୀ ଓଡିଆ ଅନ୍ୟ ରାଜ୍ୟରେ ହିନସ୍ତାରେ ଜୀବନ ବିତାଉଛନ୍ତି । ଏପଟେ ସରକାର ପ୍ରଚାର ଓ ପ୍ରତାରଣାରେ ମାତିଛନ୍ତି। ମୁଷ୍ଟିମେୟ ଅଫିସରଙ୍କୁ ଧରି ସରକାର କୋରୋନା ମୁକାବିଲା କରୁଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

‘ପ୍ରବାସୀ ଓଡିଆଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି’

ସେହିପରି ଟ୍ରେନରେ ଆସିଥିବା ଲୋକଙ୍କ ଟିକେଟ ଅର୍ଥ ଦେବା ପାଇଁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କଲୁ। କିନ୍ତୁ ରାଜ୍ୟ ସରକାର ଦେଖା ଦେଲେ ନାହିଁ କି ଆଲୋଚନା ପାଇଁ ଡାକିଲେ ନାହିଁ। କୌଣସି ରାଜନୈତିକ ଦଳ ସହ ଆଲୋଚନା କରୁନାହାଁନ୍ତି। ଏପରିକି ତାଙ୍କ ଦଳ ଲୋକଙ୍କ ସହ ମଧ୍ୟ ଆଲୋଚନା କରୁନାହାଁନ୍ତି ମୁଖ୍ୟମନ୍ତ୍ରୀ। ଆମେ ସହଯୋଗର ହାତ ବଢାଇଛୁ, ସରକାର ଓଡିଶାବାସୀଙ୍କୁ ବଞ୍ଚାନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।

ଏହାସହ ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରିବା ପାଇଁ ଆମେ ବଦ୍ଧପରିକର । ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ସରକାର ଦାୟୀ । ଆମ କଥା ମାନିଲେ ନାହିଁ, ମାନିଥିଲେ ଏପରି ଅବସ୍ଥା ହୋଇ ନଥାନ୍ତା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ରାଜ୍ୟ କଂଗ୍ରେସ ହେଲ୍ପଲାଇନ ନମ୍ବରକୁ ଦୁଇରୁ ତିନି ହଜାର ଲୋକଙ୍କ ଫୋନ ଆସିଛି। ସରକାର ବାହାରେ ଥିବା ଲୋକଙ୍କର ସଠିକ ତାଲିକା ପ୍ରକାଶ କରନ୍ତୁ। ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଆମକୁ ଟ୍ରେନରେ ଆସିଥିବା ଲୋକଙ୍କ ତାଲିକା ଦିଅନ୍ତୁ। ତାହେଲେ ଆମେ ଟ୍ରେନ ଟିକେଟ ପଇସା ଦେଇପାରିବୁ। ଆମେ ନିସହାୟ ଓ ନିରୁପାୟ ହୋଇ ସରକାରଙ୍କୁ ଅନୁରୋଧ କରୁଛୁ। ଏହା ଗଣତନ୍ତ୍ର ଶାସନ। ସମସ୍ତଙ୍କ ଠାରୁ ଶୁଣିବା ଆପଣଙ୍କ କର୍ତ୍ତବ୍ୟ । କହିବା ଆମର ଧର୍ମ,ଏ ଔଦ୍ଧତ୍ୟ କେତେଦିନ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହିତ ଚାଷୀଙ୍କ କଥା ଉଠାଇ ସେ ସରକାରଙ୍କୁ ଘେରିଛନ୍ତି । ଚାଷୀଙ୍କ କଥା ବୁଝ, ଭବିଷ୍ୟତ କଥା ଚିନ୍ତା କର । ଚାଷୀ ଚାଷ କେମିତି କରିବ। ସବୁ ଚାଷ ମାଡ ଖାଇଲାଣି। କିଛି ବିଧିବଦ୍ଧ ବ୍ୟବସ୍ଥା ନାହିଁ ବୋଲି ପିସିସି ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.