ETV Bharat / city

‘ରାଜୀବ ଗାନ୍ଧୀ ଥିଲେ ଦୂରଦୃଷ୍ଟି ସମ୍ପନ୍ନ, ବର୍ତ୍ତମାନର ସରକାରଙ୍କ ପାଖରେ ତାହା ଅଭାବ’

ପୂର୍ବତନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : May 21, 2021, 11:38 AM IST

ରାଜୀବ ଗାନ୍ଧୀ ଥିଲେ ଦୂରଦୃଷ୍ଟି ସମ୍ପନ୍ନ, ବର୍ତ୍ତମାନର ସରକାରଙ୍କ ପାଖରେ ତାହା ଅଭାବ: ନିରଞ୍ଜନ

ଭୁବନେଶ୍ବର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସ୍ବର୍ଗତ ଗାନ୍ଧୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ ବୋଲି କହି ମନେପକାଇଛନ୍ତି ନିରଞ୍ଜନ ।

ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜୀବ ଗାନ୍ଧୀଙ୍କ ଶାସନ ଶୈଳୀକୁ ମନେପକାଇ ବର୍ତ୍ତମାନ ସରକାରଙ୍କୁ କଟାକ୍ଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ପାଖରେ ଦୂରଦୃଷ୍ଟିର ଅଭାବ ରହିଛି । ସେଥିପାଇଁ ଆଜି କୋରୋନାରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ମହାମାରୀ ସମୟରେ ଏବଂ ମହାମାରୀ କୋରୋନାକୁ ହରାଇବା ପାଇଁ ସମସ୍ତଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି । ସମସ୍ତେ ମିଳିମିଶି ଭାରତକୁ ପ୍ରଗତି ପଥରେ ଏକ ନମ୍ବର କରିବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.