ETV Bharat / city

କୃଷି ନୀତିକୁ ଯୁଗାନ୍ତକାରୀ କହିଲେ ଧର୍ମେନ୍ଦ୍ର, ନିରଞ୍ଜନଙ୍କ କଟାକ୍ଷ - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। କୃଷି ନୀତି ବାସ୍ତବିକ ଐତିହାସିକ ବୋଲି କହିଛନ୍ତି ନିରଞ୍ଜନ।

PCC President Niranjan patnaik reacts on union minister Dharmendra pradhan's press meet
କୃଷି ନୀତିକୁ ଯୁଗାନ୍ତକାରୀ କହିଲେ ଧର୍ମେନ୍ଦ୍ର, ନିରଞ୍ଜନଙ୍କ କଟାକ୍ଷ
author img

By

Published : Oct 3, 2020, 4:00 PM IST

ଭୁବନେଶ୍ବର: ପୁଣି ରାଜନୀତିର ଅଡୁଆ କ୍ଷେତରେ ଚାଷୀ । ନୂଆ କୃଷି ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ନୂଆ ନୀତିରେ ଚାଷୀଙ୍କ ସ୍ବାର୍ଥକୁ ଭାରତ ସରକାର ଗୁରୁତ୍ବ ଦେଇଛନ୍ତି ।

କୃଷି ନୀତିକୁ ଯୁଗାନ୍ତକାରୀ କହିଲେ ଧର୍ମେନ୍ଦ୍ର, ନିରଞ୍ଜନଙ୍କ କଟାକ୍ଷ

ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଧାନର ସର୍ବ ନିମ୍ନ ମୂଲ୍ୟ (ଏମଏସପି) ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କରିବା ସହ କିଛି ସ୍ବାର୍ଥବାଦୀ ବିରୋଧୀ ଭ୍ରମ ପ୍ରଚାର କରୁଥିବା କହିଛନ୍ତି । ଭାରତ ସରକାର କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଏକ ଲକ୍ଷ କୋଟି ଟଙ୍କା କୃଷି ବଜାର ଭିତ୍ତିଭୂମିର କାର୍ଯ୍ୟ ଆରମ୍ଭ କରିସାରିଥିବା ଧର୍ମେନ୍ଦ୍ର କହିଛନ୍ତି ।

ତେବେ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। କୃଷି ନୀତି ବାସ୍ତବିକ ଐତିହାସିକ ବୋଲି କହିଛନ୍ତି ନିରଞ୍ଜନ। ନୂଆ ନୀତିରେ ଏମଏସପି ନିର୍ଦ୍ଧାରଣ ହୋଇନାହିଁ । ମଣ୍ଡି ପ୍ରତି ଯଦି ବିପଦ ନାହିଁ, ତେବେ ସରକାର କାହିଁକି ଏମଏସପି ଦରରୁ କମରେ କେହି କିଣିପାରିବେ ନାହିଁ ବୋଲି ଆଇନରେ ଦର୍ଶାଇନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.