ETV Bharat / city

ନିରଞ୍ଜନଙ୍କ ଅଭିଜ୍ଞତା ଅଛି, ଆମେ ଭଲ କରିବୁ: ଶରତ ରାଉତ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ । ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟରେ ଖଚାଖଚ ଭିଡ । ହେଲେ ରାଜ୍ୟ କଂଗ୍ରେସରେ ସବୁ ସ୍ବାଭାବିକ ନଥିବା ମନେ ହେଉଛି । ଅଧିକ ପଢନ୍ତୁ

author img

By

Published : Jan 17, 2022, 10:56 PM IST

ଶରତ ରାଉତ
ଶରତ ରାଉତ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ । ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟରେ ଖଚାଖଚ ଭିଡ । ହେଲେ ରାଜ୍ୟ କଂଗ୍ରେସରେ ସବୁ ସ୍ବାଭାବିକ ନଥିବା ମନେ ହେଉଛି ।

ନିରଞ୍ଜନଙ୍କ ଅଭିଜ୍ଞତା ଦକ୍ଷତା ଅଛି, ଆମେ ଭଲ କରିବୁ: ଶରତ ରାଉତ

କାରଣ ପଞ୍ଚାୟତ ନିର୍ବାଚନରେ ଟିକେଟ ଖଣ୍ଡେ ପାଇଁ ବିଜେଡି-ବିଜେପି ଶିବିରରେ ନେତା, କର୍ମୀଙ୍କ ଭିଡ ଯୋରଦାର ଥିବାବେଳେ, କଂଗ୍ରେସ କ୍ୟାମ୍ପରେ ସେତେଟା ଉଷ୍ମତା ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେହ ଅସୁସ୍ଥତା କାରଣରୁ ଘରୁ ବାହାରୁ ନାହାନ୍ତି। ମୁଖିଆ ଯେତେବେଳେ ନିରବ । ଦଳୀୟ କାର୍ଯ୍ୟକ୍ରମକୁ ପଚାରେ କିଏ?

ଏପରି ସ୍ଥିତିରେ କଂଗ୍ରେସ ଦଳର ବରିଷ୍ଠ ଶରତ ରାଉତ ମଧ୍ୟ ନିରଞ୍ଜନଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଟାକ୍ଷ କରି କହିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ନିରଞ୍ଜନଙ୍କ ନେତୃତ୍ବରେ ଲଢିବୁ । ତାଙ୍କର ଅଭିଜ୍ଞତା, ଦକ୍ଷତା ଓ ନିର୍ବାଚନ ପାଇଁ ଯାହା ଆବଶ୍ୟକ ସବୁ ଅଛି । ତେଣୁ କଂଗ୍ରେସ ଭଲ ଫଳାଫଳ ଆଶା କରିବୁ ବୋଲି କହିଛନ୍ତି । ଟିକେଟ ବଣ୍ଟନ ଚୂଡାନ୍ତ ହୋଇଯାଇଛି । ଦଳୀୟ ନେତା ନିଜ ନିଜ କାମରେ ଲାଗିଛନ୍ତି ବୋଲି କହିଛନ୍ତି ଶରତ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.