ETV Bharat / city

କଂଗ୍ରେସ କନ୍ଦଳ, ନିରଞ୍ଜନ କହିଲେ ବଡ ଦଳରେ ଏମିତି ସ୍ବାଭାବିକ

author img

By

Published : Oct 2, 2021, 7:00 PM IST

Updated : Oct 2, 2021, 7:29 PM IST

ଦିନକୁ ଦିନ ଦଳରେ ଦେଖିବାକୁ ମିଳୁଛି ଗୋଷ୍ଠୀ କନ୍ଦଳ । ଆଉ ଏହି ଘଟଣାରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ନିଜ ପ୍ରତିକ୍ରିୟାରେ କହିଲେ ପିସିସି ସଭାପତି । ଅଧିକ ପଢନ୍ତୁ...

କଂଗ୍ରେସ କନ୍ଦଳ, ନିରଞ୍ଜନ କହିଲେ ବଡ ଦଳରେ ଏମିତି ସ୍ବାଭାବିକ
କଂଗ୍ରେସ କନ୍ଦଳ, ନିରଞ୍ଜନ କହିଲେ ବଡ ଦଳରେ ଏମିତି ସ୍ବାଭାବିକ

ଭୁବନେଶ୍ବର: କଂଗ୍ରେସରେ ବଢୁଛି କନ୍ଦଳ । ଆଉ ଏନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କଂଗ୍ରେସ ଏକ ବୃହତ ଦଳ । କନ୍ଦଳ ଲାଗି ରହିବା ସ୍ବାଭାବିକ କଥା । ଏହାକୁ ନଜରରେ ରଖିଲେ କାର୍ଯ୍ୟ କରିପାରିବାନି । ତେଣୁ ଏହି ଘଟଣାରେ ଉତ୍ତେଜନା ପ୍ରକାଶ କରିବାର ଆଵଶ୍ୟକତା ନାହିଁ ।

କଂଗ୍ରେସର ଗୋଷ୍ଠି କନ୍ଦଳକୁ ନେଇ ମୁହଁ ଖୋଲିଲେ ନିରଞ୍ଜନ

ଦଳୀୟ ସମାଧାନ ଦିଗରେ ଆମେ ସମସ୍ତେ ପ୍ରୟାସ କରି ଦଳକୁ ଆଗକୁ ନେବାର ଆବଶ୍ୟକତା ରହିଛି । ମୁଁ କାର୍ଯ୍ୟ କରୁଛି ଆଗକୁ କରିବି ମଧ୍ୟ । ଯଦି ଦଳରେ କିଛି ଅସନ୍ତୋଷ ରହିଛି ତାହା ଆଭ୍ୟନ୍ତରୀଣ ବ୍ୟାପାର । ନିଜକୁ ସମୀକ୍ଷା କରି ଦଳ କାର୍ଯ୍ୟକ୍ରମ ଓ ବିକାଶ ଦିଗରେ ଅଗ୍ରସର ହେବା ଦରକାର । ତେବେ ଦଳ ଶାସନରେ ନଥିବାରୁ ବୋଧ ହୁଏ କିଛି ଅସନ୍ତୋଷ ବ୍ୟକ୍ତ କରି ନିଜର ଶୃଙ୍ଖଳା ଭୁଲିଯାଉଛନ୍ତି । କିଛିଦିନ ହେବ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ଓ ପିସିସି ଉପସଭାପତି ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କୁ ଭେଟି ନିରଞ୍ଜନଙ୍କ ବିରୋଧରେ ଫେରାଦ ହୋଇଥିବା ଚର୍ଚା ହେଉଛି ।

ଖାଲି ସେତିକି ନୁହେଁ କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ନିରଞ୍ଜନଙ୍କ ବିରୋଧରେ ମେଳି କରିଥିବା ଚର୍ଚା ହେଉଛି । ଯାହା ଦଳର ଆଭ୍ୟନ୍ତରୀଣ କଳିକୁ ପଦାରେ ପକାଉଥିବା ସାଧାରଣରେ ଆଲୋଚନା ହେଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ବାରତ

Last Updated : Oct 2, 2021, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.