ଭୁବନେଶ୍ବର: ନିରବତା ପରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ।
ଭାଇରାଲ ଭିଡ଼ିଓରେ ପ୍ରଦୀପ ଯାହା କହିଛନ୍ତି ଯଦି ସତ ତାହେଲେ ଏହା ଦୁଃଖଦାୟକ। ଏନେଇ ମୁଁ ସଭାପତି ଭବରେ ଦୁଃଖ ପ୍ରକାଶ କରୁଛି । ତେବେ ଦଳ ଆବଶ୍ୟକ ପଦକ୍ଷେପ ନେବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି ନିରଞ୍ଜନ ।
ଏହାସହ ଗତ କିଛିଦିନ ମଧ୍ୟରେ ରାଜ୍ୟରେ ନାବାଳିକା ଓ ମହିଳାଙ୍କ ଉପରେ ଯେଉଁଭଳି ଭାବରେ ନିର୍ଯ୍ୟାତନା ବୃଦ୍ଧି ପାଇଛି ତାହା ଅତ୍ୟନ୍ତ ଉଦବେଗଜନକ । ହୁଏତ ପ୍ରଦୀପ ଅଧିକ ଭାବବିହ୍ବଳ ହୋଇ ଏପରି କହିଥାଇ ପାରନ୍ତି ବୋଲି ସଭାପତି କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ